ଅଫଲାଇନ ପରିବର୍ତ୍ତେ ଆଜିଠାରୁ ଅନଲାଇନ୍ ରେ ଟୀକାକରଣ ବାଲେଶ୍ୱର ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରି ଲୋକେ ତାଲା ପକାଇଛନ୍ତି। ବାଲେଶ୍ୱର ଜିଲ୍ଲା ସୁନହଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଛନ୍ତି ହିତାଧିକାରୀ। ଘଟଣା ଅନୁସାରେ ଆଜି ବାଲେଶ୍ୱର ଜିଲ୍ଲାରେ 30 ଟି ସେଣ୍ଟର ରେ 4050 ଡୋଜ ଟୀକା ଦେବାର ଥିଲା ତେବେ ଏନେଇ ଗତକାଲି ସନ୍ଧ୍ୟାରୁ Co-win ପୋର୍ଟାଲ ରେ ନାଁ ପଞ୍ଜିକରଣ ପାଇଁ ପ୍ରଶାସନ ସୂଚନା ଦେଇଥିବା ବେଳେ ଆଜି ସକାଳ ସମୟରେ ଅନଲାଇନ ରେ ପଞ୍ଜିକରଣ ନକରି ଲୋକେ ଅଫଳାଇନ ରେ ଟୀକା ନେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ ତେବେ ଦୀର୍ଘ ସମୟ ଛିଡ଼ା ହେବା ପରେ ମେଡିକାଲ ପକ୍ଷରୁ ଏହି ସୂଚନା ଦିଆଯାଇବାରୁ ଲୋକେ ଏହାକୁ ପ୍ରତିବାଦ କରି ତାଲା ପକାଇଛନ୍ତି ।