ଚାନ୍ଦବାଲିରେଯୁବ ବିଜେଡିର ୨୫ବର୍ଷ ପୂର୍ତ୍ତୀ ଅବଶରରେ ଆଜି ଚାନ୍ଦବାଲି ଯୁବ ବିଜେଡି ପକ୍ଷରୁ ଏକ ବ୍ରୁକ୍ଷ ରୋପଣ କାର୍ଯ୍ଯକ୍ରମ ସ୍ଥାନୀୟ ଭାଟପଡା ଓ ମହୁଲିଆ ପଞ୍ଚାୟତ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି.ବ୍ଲକ ଯୁବ ବିଜେଡି ସଭାପତି ରଞ୍ଜନ ସାହୁ ଓ ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ପ୍ରଭାସ ନାୟକଙ୍କ ନେତ୍ରୁତ୍ବରେ ଏହି କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା.ଅତିଥି ଭାବେ ଏନଏସି ଅଧକ୍ଷା ଶାନ୍ତିଲତା ସେଠୀ,ନାରୀ ନେତ୍ରୀ ମାନସୀ ପାଢୀ,ଯୁବ ସମାଜସେବୀ ଦେବବ୍ରତ ଦାସ,ଭାଟପଡା ସମବାୟ ସମିତି ସଭାପତି ମାନସ ବେହେରା ପ୍ରମୁଖଙ୍କ ସମେତ ବହୁ ଯୁବ ନେତ୍ରୁତ୍ବ ଯୋଗ ଦେଇ ଏହି ମହତ୍ବ କାର୍ଯ୍ଯରେ ନିଜକୁ ସାମିଲ କରିଥିବା ଜଣାପଡିଛି.