ଦୀର୍ଘ ୨୦ ବର୍ଷ ପରେ ବିଜେଡି ଦଖଲରେ କୋଦଳା ସେବା ସମବାୟ ସମିତି

କୋଦଳା -ଗଞ୍ଜାମ ଜିଲ୍ଲା କୋଦଳା ସେବା ସମବାୟ ସମିତି ଦୀର୍ଘ ୨୦ବର୍ଷ ପରେ ବିଜେଡି ଦଖଲ କୁ ଯାଇଛି। ସମବାୟ ସମିତିର ସଭାପତି ଭାବରେ ଏକ ମାତ୍ର ପାର୍ଥି ଭାବରେ ବିଜେଡି ତରଫରୁ ସୁଦାମ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ଜୟନ୍ତ କୁମାର ସିଂଗ ସୁଦାମକୁ ବିଜୟ ଘୋଷଣା କରିଥିଲେ ଆଜି ଉପ ସଭାପତି ଭାବରେ କୁନି ପାଢ଼ୀ ପାର୍ଥି ପତ୍ର ଦାଖଲ କରିଥିବାବେଳେ ଅନ୍ୟ କେହି ପାର୍ଥି ପାତ୍ର ଦାଖଲ କରିନଥିବା ବେଳେ ଉପସଭାପତି ମଧ୍ୟ ନିର୍ଦ୍ୱନ୍ଦରେ ରେ ନିର୍ବାଚିତ ହୋଇଛନ୍ତି ବୋଲି ଶ୍ରୀ ସିଂଗ କହିଛନ୍ତି ।ସେକ୍ରେଟେରୀ ଅରୁଣ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।
ସଭାପତି ସୁଦାମ ମହାନ୍ତି, ଉପସଭାପତି କୁନି ପାଢ଼ୀ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ଲୋକାଭିମୁଖି କାର୍ଯ୍ୟ ଓ ଲୋକ ମାନଙ୍କ ପାଖରେ ପହଂଚି ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ହୋଇଥିବାରୁ
ବିଧାୟିକା ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତ ଚାଷୀଭାଇ ଙ୍କ ସହଯୋଗ ରେ ନିର୍ଦ୍ଵନ୍ଦରେ ବିଜୟୀ ହୋଇଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

Share this…
Share on Facebook

Facebook