କଟକ ତିଗିରିଆ ନୂଆ ପାଟଣା ରେ ଜଣେ ମହିଳାଙ୍କ ଉପରେ ଏସିଡ ମାଡ଼ ହୋଇଛି।ମହିଳାଙ୍କୁ ତିଗିରିଆ ପୋଲିସ ଉଦ୍ଧାର କରି ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ଅବସ୍ଥା ଗୁରୁତର ଥିବାରୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି,ମହିଳାଙ୍କ ନାମ ରିନା ସାହୁ, ବୟସ 36, I ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି, ମହିଳା ଜଣଙ୍କ ଘରେ ଥିବା ସମୟ ରେ କିଛି ଦୁବୃତ ଘରେ ପଶି ମହିଳା ଙ୍କ ଉପରେ ଏ ସି ଡ ମାଡ଼ କରିଥିଲେ। ତେବେ ମହିଳା ଜଣଙ୍କ 4 ଜଣ ଙ୍କ ନା ରେ ଅଭିଯୋଗ ଆଣିଛନ୍ତି , ସୂଚନା ମୁତାବକ ପୃର୍ବ ରୁ ମହିଳା କିଛି ଅର୍ଥ ସୁଧକୁ ଆଣିଥିଲେ।କିଛି ଟଙ୍କା ସୁଜିଦେଇଥିଲେ।ସେହି ଘଟଣା କୁ କେନ୍ଦ୍ର କରି ମହିଳା ଙ୍କ ଉପରେ ଏ ସି ସ ମାଡ଼ ହୋଇଥିବା ସୂଚନା ମିଳିଛି। ସେପଟେ ତିଗିରିଆ ଥାନା ପୋଲିସ ଏହି ମାମଲା ର ତଦନ୍ତ ଆରମ୍ଭ କରିଛି।
ତେବେ ରୀନା ସାହୁଙ୍କୁ ପ୍ରଥମେ scb ବଡ଼ ମେଡ଼ିକାଲ ର କଜୁଆଲଟି ଭର୍ତ୍ତି କରାଯାଇ ଚିକିତ୍ସା ଦେବା ପରେ ସର୍ଜରି ୱାର୍ଡ କୁ ସ୍ଥାନାନ୍ତର କରାଯାଇଛି। ରୀନା ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ଏବଂ ତାଙ୍କୁ ସ୍ୱତନ୍ତ୍ର କେବିନ ରେ ରଖାଯାଇ ଚିକିତ୍ସା କରାଯିବ ବୋଲି କହିଛନ୍ତି SCB କର୍ତ୍ତୃପକ୍ଷ।