ମାଲକାନଗିରି ଠାରୁ ୧୫କିମି ଦୂର ୧୨୬ ନମ୍ବର ଜାତୀୟ ରାଜପଥ ରେ ପିକ୍ପ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କାରେ ବାଇକ ଆରୋହି ମୃତ ।ସୁଚନା ରୁ ପ୍ରକାଶ ମୃତ ଅଜିତ ଢାଲି ନାମକ ଯୁବକ ଶିକ୍ଷପାଲ୍ଲୀ ହାଟରୁ ସଉଦା କ୍ରୟ କରି ନିଜ ଗାଁ ଏମ ଭି ୧୫ କୁ ଫେରିବା ବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକ୍ପ ଧକ୍କା ଦେଇଥିଲା । ଫଳରେ ମୋଟର ସାଇକେଲର ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଘଟଣା ସ୍ତଲରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ସହାୟତା ଦାବିରେ ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଁଚି କ୍ରୋଧିତ ଜନସାଧରଣ ଙ୍କୁ ବୁଝାଇବା ସହ ଆଲୋଚନା କରିଛନ୍ତି । ଉକ୍ତ ପିକ୍ପ ଟି ମାଲକାନଗିରି ଡ୍ୟାମ ସାଇଡ ର ତପନ ରଙ୍ଗ ଙ୍କ ବୋଲି ଜଣାପଡିଛି ।
ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି Breaking MPX TV #BreakingNews