ମହାପ୍ରଭୁ ନଅ ଦିନ ଧରି ମାଉସୀ ଘରେ ରହି ବାହୁଡା ରେ ଆସି ସୁନାବେଶ ଓ ଅଧର ପଣା ନୀତି ସାରିଲା ପରେ ମହାପ୍ରଭୁ କଲେ ଆଜି ନିଳାଦ୍ରୀବିଜେ। ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ ରେ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଏପରିକି ଭକ୍ତ ମାନଙ୍କୁ ଆୟତରେ ରଖିବା ପାଈଁ ନିଜେ ଏସପି ଟିକିନିଖି କରି ପ୍ରତ୍ୟେକ ସ୍ଥାନ ବୁଲି ଦେକୁଥିଲେ। ଚଳିତ ବର୍ଷ ରଥଯାତ୍ରା ରେ କୌଣସି ବିଶୃଙ୍ଖଳା ନଘଟି ମହା ଆବନ୍ଦରେ ସମାପନ ହୋଇଛି । ଆଜି ନିଳାଦ୍ରୀବିଜେ ରେ ଠାକୁର ମାନଙ୍କ ଗୋଟି ପହଣ୍ଡି ହୋଇଥାଏ। ପ୍ରଥମେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ପରେ ପ୍ରଭୁ ଶ୍ରୀସୁଦର୍ଶନ ତାପରେ ବଡଭାଇ ବଳଭଦ୍ର ଓ ଶେଷରେ କାଳିଆ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା। ଠାକୁରମାନଙ୍କୁ ଦଇତା ସେବାୟତ ମାନେ ନଚେଇ ନଚେଇ ଘଣ୍ଟ ଘଣ୍ଟା ମୃଦଙ୍ଗ ସାଙ୍ଗକୁ ହରିବୋଲ ହୁଳହୁଳି ରେ ବଡଦାଣ୍ଡ ପ୍ରକମ୍ପିତ କରି ରଥ ଉପରୁ ରତ୍ନ ସିଂହାସନ କୁ ପହଣ୍ଡି କରି ନେଇ ରତ୍ନ ସିଂହାସନ ରେ ବସାଇଥିଲେ। ଆଜି ନିଳାଦ୍ରୀବିଜେ ରେ ଶ୍ରୀମନ୍ଦିରର ଚତୁଃପାଶ୍ୱ ଠାରୁ ଆରମ୍ଭ କରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁରୀ ସହର ଲୋକାରଣ୍ୟ ହୋଉଥିଲା ।