୧-୧୨ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ, ମା’ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ କଲେ ମାନଭଞ୍ଜନ
୨-ବୁମରାଙ୍କ ଘାତକ ବୋଲିଂ ଏବଂ ରୋହିତଙ୍କ ଧୂଆଁଧାର ବ୍ୟାଟିଂ, ଇଂଲଣ୍ଡକୁ ୧୦ ଓ୍ଵିକେଟରେ ହରାଇଲା ଭାରତ
୩-ମଙ୍ଗଳବାର ଦିନ ସକାଳୁ ସକାଳୁ ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
୪-ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଫେରାର ଥିବା ମହିଳା ଇନ୍ସପେକ୍ଟର ଧରାପଡ଼ିଛନ୍ତି
୫-ସରକାରୀ କର୍ମଚାରୀଙ୍କ ଗୃହ ଋଣ ସହାୟତା ବଢ଼ିଲା, ୮% ସୁଧରେ ୪୦ଲକ୍ଷ ପର୍ଯ୍ୟନ୍ତ ଋଣ ପାଇପାରିବେ
୬-ଦିନକରେ ସୁପ୍ରିମ୍କୋର୍ଟଙ୍କ ୪୪ ରାୟ: ଗଣତନ୍ତ୍ରରେ ପୁଲିସ ଶାସନର ଅନୁଭବ ଆସିବା ଉଚିତ ନୁହେଁ
୭-ରୁଚିକା ଆତ୍ମହତ୍ୟା ମାମଲାରେ ଡିସିପିଙ୍କ ପ୍ରେସମିଟ: କହିଲେ, ରାଗିଂ ହୋଇଥିବା ନେଇ କୌଣସି ସୁରାକ ମିଳିନି
୮-ସ୍କୁଲ କ୍ୟାମ୍ପସକୁ କ୍ୟାମେରା ମନା : ନିଷ୍ପତ୍ତିରେ ଅଟଳ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ; କହିଲେ, ଉପରୁ ଅର୍ଡର ନଆସିବା ଯାଏଁ ପ୍ରତ୍ୟାହାର ହେବନି ନିର୍ଦ୍ଦେଶାନାମା
୯-ହୀରାକୁଦ ଜଳସ୍ତର ୬୦୨ ଫୁଟ୍
୧୦-ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ପ୍ରତିବାଦକାରୀଙ୍କ ଆଖଡା : ରାତିରେ ଆୟୋଜନ କଲେ ମେଲୋଡି ; ନାଚ, ଗୀତରେ ହେଲେ ମସଗୁଲ
୧୧-ଶ୍ରୀଲଙ୍କା ରାଷ୍ଟ୍ରପତି ଦେଲେ ଇସ୍ତଫା: ଦେଶ ଛାଡି ଚାଲିଯିବା ବେଳେ ବିମାନବନ୍ଦରରେ ହଟହଟା ହେଲେ ପୂର୍ବତନ ମନ୍ତ୍ରୀ
୧୨-ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଲାଗି ରହିବ ରହିବ ଝଡ଼ ବର୍ଷା, ଆସନ୍ତା ୪-୫ ଦିନ ପାଇଁ ସତର୍କତା ସୂଚନା ଜାରିକଲା IMD
୧୩- ଅଶୋକ ସ୍ତମ୍ଭକୁ ନେଇ ରାଜନୀତି: ନୂଆ ସଂସଦ ଭବନରେ ଲୋକାର୍ପଣ ହୋଇଥିବା ଅଶୋକ ସ୍ତମ୍ଭ ମୂଳ ଜାତୀୟ ପ୍ରତିକଠୁ ଅଲଗା କହିଲେ ବିରୋଧୀ
୧୪-ଫଟୋ ଭୁଲ୍ ଦିଗରୁ ନିଆଯାଇଛି, କୌଣସି ପରିବର୍ତ୍ତନ ହୋଇନାହିଁ; ପ୍ରତୀକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ମୂର୍ତ୍ତିକାର
୧୫-ବର୍ଷାଯୋଗୁ ଦ୍ରୌପଦୀ ମୁର୍ମୁଙ୍କ ଗୁଜରାଟ ଗସ୍ତ ବାତିଲ, ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରଦ୍ଦ
୧୬-ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ କହିଲେ; ମୋ ଉପରେ କେହି ଚାପ ପକାଇ ନାହାନ୍ତି
୧୭-ଦରବୃଦ୍ଧିରେ ସାମାନ୍ୟ ଆଶ୍ୱସ୍ତି, ଜୁନରେ ମୁଦ୍ରାସ୍ପୀତି ହାର ୭.୦୧, ଏବେ ବି ଆରବିଆଇ ଲକ୍ଷ୍ୟ ବାହାରେ
୧୮-ତହସିଲଦାରଙ୍କ ପାଇଁ ସହର ବନ୍ଦ: ଗଞ୍ଜାମର ବିବାଦୀୟ ତହସିଲଦାରଙ୍କ ବଦଳି ଦାବିରେ ୯ ଘଂଟିଆ ବନ୍ଦ ପାଳିଲେ ସହରବାସୀ
୧୯-ନୂଆପଡ଼ା: ଏଟିଏମ ଟଙ୍କା ନେଇ ଫେରାର ଘଟଣାରେ ଡ୍ରାଇଭର ସହ ୫ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିଛି ।
ଶୁଭ ସକାଳ,ସୁପ୍ରଭାତ