ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା ସାଧାରଣ ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା ମୌଳିକ ସମସ୍ୟାର ସମାଧାନ

ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା ସାଧାରଣ ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଦେଶରେ ସପ୍ତାହର ପ୍ରତି ସୋମବାର ପଲ୍ଲୀରେ ପ୍ରଶାସନ ଓ ମାସକୁ ଥରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ କରାଯାଉଛି !ଏହି ଶିବିରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଏସପି ସନ୍ଦୀପ ମଦକର ସମ୍ପଦ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ! ଏହି ଶିବିରରେ ମୋଟ ୮୯ ଅଭିଯୋଗ ଉପସ୍ଥାପିତ ହୋଇଥିଲା ! ୩ଟି ସାମୁହିକ ଥିବାବେଳେ ୮୬ଟି ବ୍ୟକ୍ତିଗତ ଅଭିଯୋଗ ଆଗତ ହୋଇଥିଲା ! ପ୍ରାଥମିକ ବିଦ୍ୟାଳୟ, ଶ୍ରେଣୀ ଗୃହ, କେଉଁଠି ଶିକ୍ଷକ ଆଭାବ, ପାନୀୟ ଜଳ ସମସ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ରାସ୍ତା ନିର୍ମାଣ, ବଞ୍ଚିତ ଲୋକଙ୍କୁ ଭତ୍ତା ଓ ରାସନ କାର୍ଡ ଯୋଗାଇଦେବା ଆଦି ବିଭିନ୍ନ ଦାବୀ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ! ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି ରାସ୍ତାଘାଟ ରାସନ କାର୍ଡ ଓ ଚାଷୀ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉତଥାପିତ ହୋଇଥିଲା ! ସମସ୍ତ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ! ଏହି ଶିବିରରେ ଜିଲ୍ଳା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ବିଡ଼ିଓ ଭାରତ ଚନ୍ଦ୍ର ପରିଡା, ତହସିଲଦାର ଦିଲ୍ଲୀପ କୁମର ସେଠୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ଏବିଡ଼ିଓ ସନ୍ତୋଷ କୁମର ମନ୍ତ୍ରୀ, ସହକାରୀ ଯନ୍ତ୍ରୀ ସୁରେଶ ବେହେରା, ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ନାୟକ, ଗ୍ରାମ ଉନୟନ୍ନ ବିଭାଗ ସହନିର୍ବାହୀ ଯନ୍ତ୍ରୀ ବିନୋଦ ଦାସ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ, ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତ,ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ,ମହିଳା ଓ ଶିଶୁବିକାଶ ଅଧିକାରିଣୀ ମୁକ୍ତରୀ ବେଗମ ପ୍ରମୁଖ ବିଭିନ୍ନ ବିଭାଗର ଜିଲ୍ଳା ଓ ବ୍ଲକ ସ୍ଥରୀୟ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ !

Share this…
Share on Facebook

Facebook