ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର, ଷଷ୍ଠ ଶ୍ରେଣୀ ପିଲାଙ୍କୁ ଆସୁନି ପ୍ରଧାନ ଶିକ୍ଷକ ଙ୍କ ନାମ

ଶିକ୍ଷା, ଏମିତି ଏକ ବ୍ୟବସ୍ଥା ଯାହାଦ୍ୱାରା କୋମଳମତି ଶିଶୁଙ୍କ ଉତ୍ତମ ଭବିଷ୍ୟତ ଗଠନ ହୁଏ l ଏହି ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ କରିବା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ର ମାନ ବୃଦ୍ଧି ବାରିବା ଉଦେଶ୍ୟ ନେଇ ରାଜ୍ୟସରକାର ମଧ୍ୟ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଏହି ବ୍ୟବସ୍ଥା ର ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା l ପଞ୍ଚମ ଶ୍ରେଣୀର ପିଲା abcd କହିପାରୁନଥିବା ବେଳେ ଷଷ୍ଠ ଶ୍ରେଣୀର ପିଲା ଙ୍କୁ ବିଦ୍ୟାଳୟ ର ନାମ କି ମୁଖ୍ୟମନ୍ତ୍ରୀ ଙ୍କ ନାମ ଜାଣିନାହାନ୍ତି l ଅନ୍ୟପଟେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଛାତ୍ର ଛାତ୍ରୀ ଙ୍କୁ ପଢ଼ାଇବା ସତ୍ୱେ ମନେରଖି ପାରୁନଥିବା କହିଛନ୍ତି ବିଦ୍ୟାଳୟ ର ଶିକ୍ଷୟତ୍ରୀ l ଆସନ୍ତୁ ଦେଖିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରୁ ଏହି ରିପୋର୍ଟ l

ପାଲୀ ଦାଶ ( ପଞ୍ଚମ ଶ୍ରେଣୀ ଛାତ୍ରୀ )

ଶୁଣିଲେତ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏଲ.ଲୁହାକୋଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରୀ କିଭଳି a ଠାରୁ z ପର୍ଯ୍ୟନ୍ତ ଡାକିପାରୁ ନଥିବା ବେଳେ ଅ ଠାରୁ ଲ ଡାକିଲା ସମୟରେ ମଝିରେ ଛାଡି ଛାଡି କହୁଛନ୍ତି ପିଲା l ଆଉ ପାଣିକିଆ ତାଙ୍କୁ ଆସୁନଥିବା ସେ ରୋକଠୋକ ମନାକରୁଛନ୍ତି l ଏତ ଥିଲା ପଞ୍ଚମ ଶ୍ରେଣୀ ପିଲାଙ୍କ ଶିକ୍ଷାର ମାନ l ଆଉ ଷଷ୍ଠ ଶ୍ରେଣୀ ପିଲାଙ୍କ କଥା ନକହିବା ଭଲ l କାରଣ ପିଲାଙ୍କୁ ନିଜ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ନାମ ଓ ବିଦ୍ୟାଳୟ ର ନାମ ଆସୁନି l ଆଉ ସବୁଠାରୁ ବଡ ବିଡମ୍ବନା ର କଥା ଆମ ମୁଖ୍ୟମନ୍ତ୍ରୀ ଙ୍କ ନାମ ମଧ୍ୟ କହିପାରୁ ନାହାନ୍ତି ପିଲା l ତେବେ ଏହି ଶିକ୍ଷା ବ୍ୟବସ୍ଥା ଲାଗି ରାଜ୍ୟ ସରକାର ପ୍ରତ୍ୟେକ ମାସରେ ଅଧ ଲକ୍ଷ ଟଙ୍କା ଲେଖାଏଁ ଶିକ୍ଷକ ମାନଙ୍କୁ ଦରମା ଆକାରରେ ଦେଉଛନ୍ତି l ଆଉ ଶିକ୍ଷକ ନିଜ କାର୍ଯ୍ୟ ସୁଚାରୁ ରୂପେ କରୁନଥିବା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ମାନ ବୃଦ୍ଧି ପାଉନଥିଲା ଅଭିଯୋଗ ହେଉଛି l

ରାହୁଲ ନାହାକ ( ଷଷ୍ଠ ଶ୍ରେଣୀ ଛାତ୍ର )

ଏହି ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ 40 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ଏମାନଙ୍କ ଲାଗି 2 ଟି ଶିକ୍ଷକ ନିଯୁକ୍ତି ପାଇଛନ୍ତି l ପ୍ରତ୍ୟେକ ଦିନ ବିଦ୍ୟାଳୟ ରେ 15 ରୁ 20 ମଧ୍ୟରେ ଛାତ୍ର ଛାତ୍ରୀ ଙ୍କ ଉଆପାସ୍ଥନ ରହୁଛି l ତେବେ ଅତି ଦୁର୍ଭାଗ୍ୟର ବିଷୟ ବିଦ୍ୟାଳୟ ରେ ଭିତ୍ତି ଭୂମି ଥାଇ ମଧ୍ୟ ସମସ୍ତ ଶ୍ରେଣୀର ପିଲା ଗୋଟିଏ ଗୃହରେ ବସି ପଢ଼ନ୍ତି l ସେ ବି ଗୋଦାମ ଗୃହରେ l ଚାଉଳ ବସ୍ତା, ଗ୍ୟାସ ଓ ଜାଳେଣି କାଠ ରହିଥିବା ଘରେ ବସି ପଢ଼ନ୍ତି ପିଲା l ଆଉ ଶୌଚାଳୟ ର କଥା ତ ନକହିବା ଭଲ କାରଣ ବହୁଦିନ ଧରି ଏହି ଶୌଚାଳୟ ବ୍ୟବହାର ହେଉନଥିବା ଦେଖାଯାଉଥିବା ବେଳେ ଗଛଳତା ରେ ଅଚ୍ଛାଦିତ ହୋଇ ରହିଛି ଶୌଚାଳୟ l ଅନ୍ୟପଟେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ ଶିକ୍ଷାଦାନ ଦିଆଯାଉଛି l ମାନେ ରଖିବା ନ ରଖିବା ଛାତ୍ର ଛାତ୍ରୀଙ୍କ ଉପରେ ନିର୍ଭର ବୋଲି ଦାୟିତ୍ୱ ହୀନ ମନ୍ତବ୍ୟ ସ୍କୁଲର ଶିକ୍ଷୟତ୍ରୀ ଦେଇଥିବା ବେଳେ ଏହି ବିଷୟ ନେଇ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ ସେ କ୍ୟାମେରା ଆଗରେ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି lସସ୍ମିତା ମୁଦୁଲି ( ବିଦ୍ୟାଳୟ ର ଶିକ୍ଷୟତ୍ରୀ )

କିଛିଦିନ ତଳେ ଛାତ୍ର ଛାତ୍ରୀ ଙ୍କୁ ପଣିକିଆ ଆସୁନଥିବା ରୁ ସେହି ବିଦ୍ୟାଳୟ ର ଶିକ୍ଷକ ଙ୍କ ଦରମା ବନ୍ଦ କରିଥିଲେ ଶିକ୍ଷମନ୍ତ୍ରୀ l ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଏହି ବିଦ୍ୟାଳୟ ରେ ତାଠାରୁ ଅତି ନଗ୍ନ ଚିତ୍ର ଦେଖିବାକୁ ମିଳିଥିବା ବେଳେ ଖବର ପ୍ରସାରଣ ପରେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Share this…
Share on Facebook

Facebook