ଘରୋଇ କଳିରୁ ବାପାକୁ ହାଣିଲା ପୁଅ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ କ୍ଷିରକୋଣୀ ଗ୍ରାମରେ ୬୦ ବର୍ଷ ବୟସ୍କ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ଅନାଦି ଓ ବୋହୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିଲେ।ଫେରିଲାପରେ ପୂର୍ଣ୍ଣଚନ୍ଦ୍ର “ମୋତେ ନ ପଚାରି ବାହାଘର ଭୋଜିକୁ କାହିଁକି ଯାଇଥିଲ” ବୋଲି ପୁଅବୋହୁଙ୍କୁ ପଚାରିଥିଲେ । ଏଥିରେ ବାପ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଏଥିରେ ପୁଅ ଅନାଦି ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ବାପା ପୂର୍ଣ୍ଣଚନ୍ଦ୍ର ଆକ୍ରମଣ କରିଥିଲା । ଆକ୍ରମଣରେ ପୂର୍ଣ୍ଣଚନ୍ଦ୍ରଙ୍କ ଗୋଡ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଗଭୀର କ୍ଷତ ହୋଇଥିବା ଜଣାଯାଇଛି ।ସଂଗେ ସଂଗେ ତାଙ୍କୁ ସୋର ମେଡିକାଲକୁ ନିଆଯାଇଥିଲା ।ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେଠାରେ ଅବସ୍ଥା ଗୁରୁତର ହେବାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।