ମୋବାଇଲରେ ଫୋଟ ଭାଇରାଲ ଯୋଗୁଁ ନାବାଳିକାର ଆତ୍ମହତ୍ୟା,ପରିବାର ଲୋକେ ବଳଷ୍କାର ଅଭିଯୋଗ
ଭଞ୍ଜନଗର, ୧୧/୭. ତାରସିଂ ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗ୍ରାମରେ ଲୋକ ଲଜ୍ୟା ଭୟରେ ଜଣେ ନାବାଳିକା ଶନିବାର ସକାଳ ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ କିଛି ଦିନ ତଳେ ରାଜେନ୍ଦ୍ର ଗୌଡ଼ଙ୍କ ୧୫ବର୍ଷର ଝିଅ ଗାଧେଇବାକୁ ନଦୀକୁ ଯାଉ ଥିବାବେଳେ ସେହି ଗ୍ରାମର ରମେଶ ଗୌଡ଼ଙ୍କ ପୁଅ ନାରାୟଣ ତାକୁ ଜୋର ଜବରଦସ୍ତି ଟେକିନେଇ ଅସଦ୍ ଆଚରଣ କରି ତାର କିଛି ଅଶ୍ଳୀଳ ଫୋଟ ଉଠାଇଥିଲା।ପରେ ତାର ସାଙ୍ଗ ଆକାଶ ପାଣିଗ୍ରାହୀର ମୋବାଇଲ କୁ ସେସବୁ ଫୋଟ ପଠାଇଥିଲା। ଉଭୟ ମିଳିମିଶି ଫଟୋଗୁଡିକୁ ସବୁ ଆଡେ ଭାଇରାଲ କରିଥିଲେ।ଏହା ଜାଣିବା ପରେ ରାଜେନ୍ଦ୍ର ଗ୍ରାମରେ ଜାତି ଭାଇଙ୍କୁ ଜଣାଇ ଗ୍ରାମରେ ବୈଠକ ଡାକି ଉଭୟ ବାପା ଓ ପୁଅଙ୍କୁ ପଚାରିବାରୁ ସେମାନେ ଘଟଣା ସମ୍ପର୍କରେ ରାଜି ହୋଇ ଥିଲେ କିନ୍ତୁ ଦୁହେଁ ନାବଳକ ଥିବାରୁ ଉପଯୁକ୍ତ ବୟସ ହେଲେ ବିବାହ କରିବାକୁ ନିସ୍ପତି ହୋଇଥିଲା। କିନ୍ତୁ ଗତ ୭ତାରିଖରେ ରମେଶ ଓ ପୁଅ ନାରାୟଣ ଆସି ବିବାହ ପାଇଁ ମନା କରିଥିଲେ ଏବଂ ବଳକା ଯାହା ଫୋଟ ଅଛି ତାହା ମଧ୍ୟ ଭାଇରାଲ କରିବା ସହ ଗାଳି ଗୁଳଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ଏସବୁ ଶୁଣି ଲୋକ ଲଜ୍ୟା ଭୟରେ ରାଜେନ୍ଦ୍ରଙ୍କ ନାବାଳିକା ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାର ପିତା ଅଭିଯୋଗ କରିଛନ୍ତି।