ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ଭାଇ )ଙ୍କ ସ୍ମୃତି ଉଦ୍ଧେଶ୍ୟରେ ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ଆଶିଷ କୁମାର ମାହୁନ୍ତ ଙ୍କ ନେତୃତ୍ୱ ରେ ଛାତ୍ର କଂଗ୍ରେସ ତରଫରୁ ବଳଭଦ୍ର ପ୍ରସାଦ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସ୍ବେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ, ପ୍ରଦେଶ କଂଗ୍ରେସ ର ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ,ଏହି ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଟିକୁ ମହତ ଉଦେଶ୍ୟ ରଖି ଆୟୋଜନ କରାଯାଇଥିଲା,ପ୍ରତ୍ଯକ ଟି ମଣିଷ ର ଜୀବନ ଅମୂଲ୍ୟ ଓ କୈଣସି ଜୀବନ ରକ୍ତ ହୀନତା ରେ ଜୀବନ ନଯାଉ ବୋଲି ଆୟୋଜକ ମାନେ ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବନେତା ଶକ୍ତି ପ୍ରତାପ ବିଶ୍ୱାଳ, ରିୟାଜ ଖାଁ, ଚିନ୍ମୟ ବିଶ୍ୱାଳ,ହିମାଂଶୁ ଶେଖର ନାୟକ, ଅଭୟ ସାହୁ,ମନୋଜ ସାହୁ, ଅଜୟ ଦାସ, ସରୋଜ ବାରିକ,ଚନ୍ଦ୍ରକାନ୍ତ ବାରିକ,ଉମେଶ ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।