ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଗଲା ଅନେକ ଦିନ ହେବ ପାଣି ମୋଟର ଚୋରି ହେଉଥିବା ବେଳେ ପୋଲିସ ଏବେ ଚାରିଜଣ ଅଭିଯୁକ୍ତ କୁ ଗିରଫ କରିଛି । ଏଥିସହ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ବହୁତ ପରିମାଣର ଚୋରା ପାଣି ମୋଟର ଜବତ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଏମାନେ ପାଣି ମୋଟର ଚୋରି କରୁଥିବାର ପୋଲିସ ଜାଣିବାକୁ ପାଇଛି । ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।