କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ର ନାଥ ବେହେରାଙ୍କ ତତ୍ୱାବଧାନରେ, ସହକାରୀ ଟ୍ରଷ୍ଟି ଅଜୟ କୁମାର ନନ୍ଦ, ରାଜେନ୍ଦ୍ରମୋହନ କର ଓ ଜ୍ୟୋତିରଞ୍ଜନ ସ୍ୱାଇଁଙ୍କ ତତ୍ୱାବଧାନରେ ଓ ସମସ୍ତ ପୂଜାପଣ୍ଡା, ପହଣ୍ଡିଆ ସେବାୟତ ଓ ନାଜୀମନ୍ତ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସମସ୍ତ କାର୍ଯ୍ୟ ଯଥା ସମୟରେ ସରିଥିଲା ।ସେହିପରି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ବିପ୍ଳବ କାପ, ସରପଞ୍ଚ ତିଳୋତ୍ତମା ରାଉତ, ଯୁବନେତା ଜ୍ଞାନରଞ୍ଜନ ରାଉତ ଓ ଅନେକଯୁବକ ବନ୍ଧୁମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଆଜି ମହାପ୍ରଭୁ ସମସ୍ତ ଭକ୍ତମାନଙ୍କୁ ସୁନାବେଶ ରୂପରେ ଦର୍ଶନ ଦେବେ ବୋଲି ଟ୍ରଷ୍ଟି ପକ୍ଷରୁ କୁହାଯାଇଛି ।