ହାତୀ ନେଲା ପୁଣି ଏକ ଜୀବନ ।

ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡରେ ।ଉକ୍ତ ଗ୍ରାମର ଟି ବାଲେଶ୍ଵର ଓ କେନ୍ଦୁଝର ସୀମାରେ ଅବସ୍ଥିତ ।ବିଳମ୍ବିତ ରାତିରେ ସମା ହୋ ଙ୍କର ସ୍ତ୍ରୀ ଦୌପ୍ରଦୀ ହୋ ବାହାର କୁ ଉଠିଥିବା ବେଳେ ହାତୀ ତା ଶୁଣ୍ଢରେ ଘୋଷାରି ଆଣି ମାଡି ଦେଇ ଜଙ୍ଗଲ କୁ ପଳାଇ ଯାଇଥିଲା । ଘଟଣା ସ୍ଥଳରେ ଶ୍ରୀମତୀ ହୋ ପ୍ରାଣ ହରାଇ ଥିଲା । ମୃତ ହୋ ର ବୟସ ପ୍ରାୟ ୪୫ ବର୍ଷ ବୟସ ହେବ । ତାଙ୍କର ସ୍ବାମୀ ଓ ୨ ପୁଅ ଅଛନ୍ତି । ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଜନସାଧାରଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସରକାରଙ୍କ ତରଫରୁ ଶ୍ରୀମତୀ ହୋ କୁ ସରକାରୀ ସହାୟତା ଯୋଗାଯୋଗ ଦେବା ସହିତ ସ୍ଥାୟୀ ପ୍ରତିକାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି ।

Share this…
Share on Facebook

Facebook