୧-ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ: ଆଡ଼ପ ମଣ୍ଡପରେ ଲାଗିବ ପ୍ରବଳ ଭିଡ଼।
୨-ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ପହଣ୍ଡି ।
୩-ପାଞ୍ଚ ମାସ ପରେ ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିବେ ବିରାଟ କୋହଲି, ଦ୍ଵିତୀୟ ମୁକାବିଲା ପୂର୍ବରୁ ନେଟ୍ସରେ ଝାଳବୁହା ଅଭ୍ୟାସ୍।
୪-ଭାରତ ଉପରେ ସାଇବର ଆକ୍ରମଣ, ନୂପୁର ଶର୍ମାଙ୍କ ଠିକଣା ଲିକ୍ କଲେ ହ୍ୟାକର
୫-ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଦେହାନ୍ତ ହୋଇଛି। ଜଣେ ଦୃବୁର୍ତ୍ତଙ୍କ ଗୁଳିମାଡରେ ତାଙ୍କର ଜୀବନ ଚାଲିଯାଇଥିବାବେଳେ ସେ ଜାପାନର ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ
୬+ପୋଲିସ କବ୍ଜାରେ ସିଞ୍ଜୋଙ୍କ ହତ୍ୟାକାରୀ, ଜାପାନ ନୌସେନାର ସୈନିକ ଥିଲେ ହତ୍ୟାକରୀ ୟାମାଗାମି
୭-ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଲା, ୫ ମୃତ, ମୃତ୍ୟୁ ସଂଖ୍ୟା ବଢ଼ିପାରେ, ଉଦ୍ଧାର କାର୍ଯ୍ୟ ଜାରୀ ।
୮-ବିରଳ ରୋଗର ଚିକିତ୍ସା ପାଇଁ ଜାତୀୟ ଢାଞ୍ଚାରେ ପ୍ରଣୟନ ହେବ ନୀତି, ରାଜ୍ୟ ସରକାର ଜାରି କରିବେ ମାର୍ଗଦର୍ଶିକା ।
୯-ଉତରାଖଣ୍ଡରେ ବଡ ଦୁର୍ଘଟଣା । ପ୍ରଖର ସ୍ରୋତରେ ଭାସିଗଲା କାର, ୯ଜଣଙ୍କ ମୃତ୍ୟୁ ୭ ନିଖୋଜ ।।
୧୦-ଚିଲିକାରେ ଫସିଲା ଭସାପୋଲ; ୩୦ ଯାତ୍ରୀ ଉଦ୍ଧାର, ସ୍ଥଳଭାଗକୁ ଆସିବା ପାଇଁ ଅନ୍ୟ ୨୦ ଜଣ ବ୍ୟାକୁଳ ।।
୧୧-ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ – ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟରେ କମ୍ପିଲା ବିମାନବନ୍ଦର ।
୧୨-ସିନ୍ଦେଙ୍କ ବଡ଼ ନିଷ୍ପତ୍ତି, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ରହିବନି ପ୍ରୋଟୋକଲ ବ୍ୟବସ୍ଥା, ଖାଲି କରାଯିବନି ରାସ୍ତା ।
୧୩-ନବୀନ ନିବାସରେ ଦ୍ରୌପଦୀଙ୍କ ମଧ୍ୟାହ୍ନ ଭୋଜନ; ପରସାଗଲା ଓଡ଼ିଆ ଖାଦ୍ୟ ।
୧୪-ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥିତ୍ବ ଘୋଷଣା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କିଛି ଦିନ ତଳେ ସେ ବ୍ରିଟିସ କୋଷାଗାରର ଚ୍ୟାନସେଲର ପଦବୀରୁ ଇସ୍ତଫା ଦେଇଥିଲେ ।
୧୫-କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ।
୧୬-ରାଜ୍ୟରେ ଦୈନିକ ସଂକ୍ରମଣ ୫ଶହ ମୁହାଁ, କୋଭାକ୍ସିନ ଟିକାରେ ଆଣ୍ଟିବଡି ୨୫ଗୁଣ ବଢ଼ୁଛି ।
୧୭-ଆମ୍ନେଷ୍ଟି ଇଣ୍ଡିଆକୁ ୫୧.୭୨ କୋଟି ଟଙ୍କାର ଫାଇନ୍ କଲା ଇଡି, ପୂର୍ବତନ ସିଇଓ ଆକାର ପଟେଲଙ୍କୁ ଦେବାକୁ ହେବ ୧୦ କୋଟି ।
୧୮-ପୁଅର ଦଳ ଛାଡ଼ି ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମାଆ ବିଜୟାମ୍ମା ।
୧୯-ଶପଥ ନେଲେ ବିଜେଡିର ନବନିର୍ବାଚିତ ସାଂସଦ ।
ଶୁଭ ସକାଳ,ସୁପ୍ରଭାତ