ବାଲେଶ୍ବର ; କଙ୍ଗାରୁ କୋର୍ଟରେ ଅନ୍ଧ ନିଶାପ। ଯୁବକଙ୍କୁ ପିଟି ପିଟି ମାରିଦେଲେ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ବରରେ। ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଇଞ୍ଚୁଡି ପଞ୍ଚାୟତର ଟୁନା ଦଳେଇ ଗତକାଲି ଚିଙ୍ଗୁଡି ପୋଖରୀ ହିଡରୁ କିଛି ଲୁହା ଛଡ ନେଇଆସିଥିଲେ। ତେବେ ପୋଖରୀ ମାଲିକ ଟୁନାଙ୍କୁ ଚୋରି ଅଭିଯୋଗରେ ସରପଞ୍ଚ ରମଣୀ ରଞ୍ଜନ ମହାଲିକଙ୍କ ଜିମା ଦେଇଥିଲେ।
ଏହାପରେ ସରପଞ୍ଚଙ୍କ ସମର୍ଥକମାନେ ଟୁନାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ଟୁନାଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ଏହାପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଅନ୍ୟପଟେ ଗାଁରେ ଏଯାଏ ପୋଲିସ ପହଞ୍ଚିନଥିବା ଜଣାପଡିଛି। ଏଘଟଣା ପରେ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି। Soro ru Sarat Nayak report