କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ କୃଷି ସେବା ସମବାୟ ସମିତି ରେ ଆଜି ସଭାପତି ନିର୍ବାଚନ ପାଇଁ ଭୋଟ ଚାଲୁଥିବା ବେଳେ କିଛି ଦୁର୍ବୁତ୍ତ ଭୋଟ ଗ୍ରହଣ କେନ୍ଦ୍ର ରେ ପଶି ଭୋଟ ବାକ୍ସ ଛଡାଇ ନେବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ସହ ଗଣ୍ଡଗୋଳ ହୋଇଥିଲା, ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଜମ୍ବୁ ସାମୁଦ୍ରିକ ଥାନା ର ସବ ଇନ୍ସପେକ୍ଟର ରବିଦ୍ର କୁମାର ଭଦ୍ରା ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଶିକାର ହୋଇଥିବା ଦେଖିବାକୁ ମିଳିଛି,
ଘଟଣା ସ୍ଥଳରେ ମହାକାଳପଡା ଥାନା ଅଧିକାରୀ ମନୋରଞ୍ଜନ ଚୈଧୁରୀ ଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଭୋଟ ଗଣତି ଚାଲୁଥିଲା ବେଳେ ସଭାପତି ପଦ ପାଇଁ ସରୋଜ କୁମାର ସାହୁ ୫ ଖଣ୍ଢ ଭୋଟ ପାଇଥିବା ବେଳେ ସୁସାନ୍ତ କୁମାର ବିଶ୍ଵାଳ ୬ ଖଣ୍ଢ ଭୋଟପାଇ ଥିଲେ ଓ ଖଣ୍ଡିଏ ଭୋଟ ନାକଚ ବାହାରିବାରୁ ଭୋଟ ଗଣତି କେନ୍ଦ୍ର ଆଗରେ ଦେଖୁ ଦେଖୁ ରଣ କ୍ଷେତ୍ର ପାଲଟିଥିଲା ବେଳେ ପୋଲିସ ପ୍ରଶାସନ ଉତକ୍ତ ଲୋକମାନଙ୍କୁ ବୁଝାସୁଝା କରି ପୁଣି ପୁର୍ଣ୍ଣ ବାର ଗଣନା କରି ବିଧିବଦ୍ଧ ଭାବେ ସୁସାନ୍ତ କୁମାର ବିଶ୍ଵାଳ ୬ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ , ଏଥିରେ ବାରଡାଙ୍ଗ ପଞ୍ଚାୟତ ର ଜୁବନେତା ଅରବିନ୍ଦ ଯେନା ଙ୍କ ନେତ୍ରୁତରେ ବାରଡାଙ୍ଗ କୃଷି ସମବାୟ ସମିତି ସଭାପତି ହାତେଇଥିବା ଜଣାପଡିଛି l
କେନ୍ଦ୍ରାପଡ଼ା ରୁ ଦୈତାରୀ ଜେନା ଙ୍କ ରିପୋର୍ଟ