ମାମୁଁ ଘର ବୁଲା କାଳ ସାଜିଲା; ପୁଅ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା

ସାଲେପୁର; ବାପା ସହ ମାମୁଁ ଘର ବୁଲିବାକୁ ଆସିଥିଲା । ମାମୁଁଙ୍କ ଘରେ ବାପାଙ୍କ ସହ ହାଟ ବୁଲିବାକୁ ଜିଦି କରିବାରୁ ପୁଅକୁ ନେବାକୁ ବାଧ୍ୟ ହେଲେ ବାପା । ମାତ୍ର ଏଇ ହାଟ ବୁଲିବା ପୁଅକୁ ହରାଇ ଦେବ କିଏ ଜାଣିଥିଲା । ହାଟ ବୁଲା ସାରି ଘରକୁ ବାପ ଓ ପୁଅ ଫେରୁଥିଲେ । ମାତ୍ର ବେପାରୁଆ ବାଲି ବୋଝେଇ ହାଇୱା ଚାଳକ ପୁଅ ଉପରେ ଗାଡ଼ି ମଡ଼ାଇ ଦେଲା । ଘଟଣାସ୍ଥଳରେ ବାପା ସାମ୍ନାରେ ଗେହ୍ଲା ପୁଅର ମୃତ୍ୟୁ ବାପାର ଜୀବନ ମୂଲ୍ୟହିନ କରି ଦେଇଛି । କଟକ କୁଅଁପାଳ ରାସ୍ତା ସାଲେପୁର କୋର୍ଟ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁଃଖଦ ଖବର ସାରା ଅଂଚଳରେ ଶୋକ ସୃଷ୍ଟି କରିଛି ।

ଆସିଥିବା ତଥ୍ୟ ଅନୁଯାୟୀ ମୃତ ଶିଶୁ ବସନ୍ତ ନାୟକଙ୍କ ପୁଅ ଅମନ ନାୟକ । ଘର କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ଅଂଚଳର ହୋଇଥିବା ବେଳେ ସାଲେପୁର ଲୁଣାହାର ମାମୁଁ ଘରକୁ ବାପାଙ୍କ ସହ ପୁଅ ବୁଲିବାକୁ ଆସିଥିଲା । ମାତ୍ର ମାମୁଁ ଘରୁ ପୁଅକୁ ସାଲେପୁର ହାଟକୁ ବୁଲାଇବାକୁ ଆସିଥିବା ବେଳେ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଅ ମୃତ୍ୟୁ ଘଟିଥିବା ବେଳେ ଶିଶୁପତ୍ରକୁ ସାଲେପୁର ମେଡ଼ିକାଲ ନେଇଥିଲେ । ସେଠାରେ ଡ଼ାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ତେବେ ଜନଗହଳିପୂର୍ଣ୍ଣ ବେପାରୁଆ ଗାଡ଼ି ଚାଳଣା ବିରୋଧରେ ସ୍ଥାନୀୟ ଲୋକ ଏକ ହୋଇଥିଲେ ।

କ୍ଷତିପୂରଣ ଦାବିରେ ଲୁଣାହାର ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତେବେ ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ଅପରପକ୍ଷେ ଦୁର୍ଘଟଣା କରିଥିବା ଚାଳକ ଫେରାର ଥିବା ବେଳେ ଗାଡ଼ିକୁ ଜବତ କରିଛି ପୋଲିସ । ସାଲେପୁରରୁ ମନୋଜ କୁମାର ସାହୁଙ୍କ ରିପୋର୍ଟmpx tv ।

Share this…
Share on Facebook

Facebook