୧-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରିଛନ୍ତି
୨-ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି।
୩-ଖାଇବା ତେଲ ଦାମ୍ ୧୦ ଟଙ୍କା କମିବ: ସପ୍ତାହ ଭିତରେ ଦାମ୍ କମାଇବାକୁ କଂପାନିଙ୍କୁ କହିଲେ ସରକାର।
୪-ଡୋଲୋ-୬୫୦ ନିର୍ମାଣକାରୀ କମ୍ପାନି ଉପରେ ଆୟକର ବିଭାଗର ଚଢଉ, ଟିକସ ଚୋରିର ଅଭିଯୋଗ
୫-ସହରାଞ୍ଚଳରେ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ୧୨ ଜିଲ୍ଲାରେ ଆବାସିକ ଛାତ୍ରାବାସ
୬-ନନ୍ଦନକାନନରେ ଖୁସି,ଆନାକୁଣ୍ଡା ଦେଲା ଛୁଆ
୭-ସୁନା ବେଶ ସମୟରେ ମହାପ୍ରଭୁଙ୍କ ସମ୍ମୁଖରେ ରହିବେନି ସେବାୟତ, ତିନି ରଥ ସମ୍ମୁଖରେ ଲାଗିବ ଷ୍ଟିଲ ପାଇପ : ରାମକୃଷ୍ଣ ଦାସ ମହାପାତ୍ର
୮-୨୪ ଘଣ୍ଟାରେ ବ୍ରିଟେନ ସରକାରରୁ ୩୦ ଜଣଙ୍କ ଇସ୍ତଫା, ପ୍ରଧାନମନ୍ତ୍ରୀ ପଦ ଛାଡିବା ପାଇଁ ଜନସନଙ୍କ ଉପରେ ଚାପ
୯–‘କାଳୀ’ ଫିଲ୍ମ ପୋଷ୍ଟର ବିବାଦ: କ୍ଷମା ମାଗିଲା କାନାଡା ସଂଗ୍ରହାଳୟ
୧୦-ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଘୋଷଣା: କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିବ ସରକାରୀ ଚାକିରି
୧୧-ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ, ମନ୍ତ୍ରୀ ସିଧାସଳ ଉତ୍ତର ନରଖିବାରୁ ଅସନ୍ତୋଷ ପ୍ରକାଶ କଲେ ନରସିଂହ ।
୧୨-ଭୁବନେଶ୍ୱରରେ ବଢୁଛି ଆତ୍ମହତ୍ୟା ପ୍ରବଣତା : ଗତ ୨ ସପ୍ତାହରେ ଆତ୍ମହତ୍ୟାରୁ ଗଲାଣି ୧୦ ଜଣଙ୍କ ଜୀବନ
୧୩-ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହେଲେ ସ୍ମୃତି ଇରାନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ । ନକଭୀ, ଆରସିପିଙ୍କ ବିଦାୟ ପରେ ଏହି ନେତାଙ୍କୁ ମିଳିଲା ଦୁଇ ମନ୍ତ୍ରାଳୟର ମନ୍ତ୍ରୀପଦ
୧୪-ରାଜ୍ୟସଭା ପାଇଁ ମନୋନୀତ ହେଲେ ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲାୟାରାଜା ସମେତ ୪ ଜଣ ।
୧୫-ଜାତୀୟ ପତାକା ପାଇଁ ଅପଶବ୍ଦ ବ୍ୟବହାର କଲେ ଫାରୁକ ଅବଦୁଲ୍ଲା, କହିଲେ- ତାକୁ ତମ ଘରେ ରଖ
୧୬-ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଶ୍ରୀଲଙ୍କାରୁ ଆସିଲା ଶିଶୁ ଅପହରଣ ଘଟଣା: ଛୋଟ ପିଲାଙ୍କୁ ଅପହରଣ କରି ବିଦେଶରେ ବିକି ଦେଉଛନ୍ତି ଦଲାଲ
୧୭-ନାଇଜେରିଆ : ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ, ଫେରାର ହୋଇଗଲେ ଶହ ଶହ କଏଦୀ
୧୮-ପୁଣି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଆଜି ହାତକୁ ଦି ହାତ ହେବେ ୪୮ ବର୍ଷୀୟ ମୁଖ୍ୟମନ୍ତ୍ରୀ ଭଗବୱନ୍ତ ସିଂହ ମାନ। ଡକ୍ଟର ଗୁରପ୍ରିତ କୌରଙ୍କ ସେ ଧରିବେ ହାତ।
୧୯-ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ODI ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଓପନର୍ ଶିଖର ଧାୱନଙ୍କୁ କ୍ୟାପଟେନସିପ୍ ଦାୟିତ୍ୱ ଦିଆଯାଇଛି । ରବୀନ୍ଦ୍ର ଜାଡେଜାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି
୨୦-ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର
୨୧-ଲୋକପ୍ରିୟ ଫେସନ୍ ବ୍ରାଣ୍ଡ୍ ଗ୍ୟାପ୍କୁ ଭାରତ ଆଣିବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ ଗ୍ୟାପ୍ ଆଇଏନ୍ସି ସହ ସହଯୋଗିତା ସ୍ଥାପନ ।
୨୨-ହଜିଗଲା ୧.୫୦ ଲକ୍ଷ ଟଙ୍କାର ପେନ୍, ଥାନାରେ ଅଭିଯୋଗ କଲେ କଂଗ୍ରେସ ସାଂସଦ ବିଜୟ ବସନ୍ତ ।
୨୩-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ, ୯ ନୁହେଁ ଏଣିକି ୬ ମାସ ବ୍ୟବଧାନରେ ନେଇପାରିବେ ବୁଷ୍ଟର ଡୋଜ ।
୨୪-୧୮ ଦିନରେ ୮ ଥର ତ୍ରୁଟି, ସ୍ପାଇସ୍ ଜେଟ୍କୁ କାରଣ ଦର୍ଶାଅ ନୋଟିସ୍।
ଶୁଭ ସକାଳ,ସୁପ୍ରଭାତ