୧-ଆସନ୍ତାକାଲି ବୁଧବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ: ଦିନ ୧ଟାରେ ରେଜଲ୍ଟ ବାହାରିବା ନେଇ ସୂଚନା ଦେଲେ ମନ୍ତ୍ରୀ ।୨ଟାରୁ ୱେବସାଇଟ୍ରେ ଉପଲବ୍ଧ ।
୨-ପ୍ରଥମ ତିନି ଦିନ ମଜବୁତ ସ୍ଥିତିରେ ଥିବା ଭାରତ ଏବେ ବ୍ୟାକଫୁଟରେ। ପ୍ରଥମ ଇନିଂସରେ ୧୩୨ ରନରେ ଆଗୁଆ ଥିବା ସତ୍ତ୍ଵେ ବି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଉପରେ ପରାଜୟର ବାଦଲ ଛାଇ ରହିଛି
୩-ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା-ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ରଖିଲେ ବିବୃତି
୪-ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ମୋଦିଙ୍କ ଆନ୍ଧ୍ର ଗସ୍ତକୁ ବିରୋଧ କରି ହେଲିକପ୍ଟର ଉଡାଣ ବେଳେ କଳା ବେଲୁନ ଉଡାଇଲେ କଂଗ୍ରେସ କର୍ମୀ
୫-ଆର୍ଥିର୍କ ସଙ୍କଟ ଭିତରେ ଶ୍ରୀଲଙ୍କାରେ ବିଗୁଡୁଛି ସ୍ଥିତି: ଘରୋଇ ପରେ ଏବେ ସରକାରୀ ସ୍କୁଲରେ ପଡିଲା ତାଲା
୬-ଓଜେଇଇ ପରୀକ୍ଷା: ପ୍ରଥମ ଦିନ ୮୫% ପରିକ୍ଷାର୍ଥୀ ଦେଲେ ପରୀକ୍ଷା ।
୭-ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ: ସମସ୍ତଙ୍କୁ ଭେଟିବେ, ସମର୍ଥନ ଲୋଡିବେ ।
୮-ଯେଉଁମାନଙ୍କ ପାଖରେ ଦୁଇରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବେ, ନିର୍ଦ୍ଦେଶନାମା ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
୯-ପୋଲିସ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ; ବରିଷ୍ଠ ଆଇପିଏସ ଅଧିକାରୀ ଅମ୍ରିତ ପଲ୍ ଗିରଫ ।
୧୦-ବର୍ଷାଙ୍କୁ ‘ଭାଗବତ’ ଉପହାର ଦେଲେ ଅନୁଭବ: କୋର୍ଟରେ ଶୁଣାଣିବେଳେ ଓକିଲଙ୍କ ଜରିଆରେ ଦେଲେ ମହାପୁରାଣ ।
୧୧-୨୪ଘଣ୍ଟା ମାଗଣା ବିଦ୍ୟୁତ୍ ଦେବା ଏକ ଯାଦୁ ଏବଂ ଏହି ଯାଦୁ କେବଳ ମୋତେ ଆସେ: ଅରବିନ୍ଦ କେଜ୍ରିୱାଲ ।
୧୨-ନିଜ ସଂଘର୍ଷ କାହାଣୀ ବଖାଣିଲେ ଦ୍ରୌପଦୀ ମୁର୍ମୁ: କହିଲେ, କେମିତି ବଣ ଜଙ୍ଗଲ ଘେରା ଗାଁରେ କଟିଥିଲା ପିଲାଦିନ ।
୧୩-ରାଷ୍ଟ୍ରପତି ହେଲେ ସରକାରଙ୍କ ରବର ଷ୍ଟାମ୍ପ ହେବେ ନାହିଁ ବୋଲି ଦ୍ରୌପଦୀ ମୁର୍ମୁ କଥା ଦିଅନ୍ତୁ: ଯଶବନ୍ତ ସିହ୍ନା ।
୧୪-ରାଜ୍ୟରେ ନିଖୋଜ ବାଳକ ସଂଖ୍ୟାର ପ୍ରାୟ ୫ଗୁଣା ବାଳିକା ଓ ୨୦ଗୁଣ ମହିଳା ନିଖୋଜ : ମନ୍ତ୍ରୀ ତୁଷାରକାନ୍ତି ବେହେରା ।
୧୫-ଜୁଲାଇ ୧୦ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା : ସ୍କାଏମେଟ୍ ।
୧୬-ନୂପୁର ଶର୍ମାଙ୍କ ବିରୋଧରେ ଅଖିଳେଶଙ୍କ ଟ୍ବିଟ୍: କାର୍ଯ୍ୟାନୁଷ୍ଠାନ ଦାବି କଲେ ଜାତୀୟ ମହିଳା କମିସନ।
୧୭-ଲୁହାନସ୍କରେ ବିଜୟ ଘୋଷଣା କଲେ ପୁଟିନ ।
୧୮-ଟାଟା ହାତକୁ ଗଲା ନୀଳାଚଳ ଇସ୍ପାତ: ଓଏମ୍ସି, ଇପିକଲ୍ ପାଇଲେ ୧,୬୯୮ କୋଟି ।
୧୯-କପିଳାଶ ହାତୀ ଉଦ୍ଧାର କେନ୍ଦ୍ର; ଚିକିତ୍ସାଧୀନ ଅବସ୍ଥାରେ ୬ବର୍ଷୀୟ ହାତୀ ଛୁଆ ମୃତ ।
୨୦-‘କାଳୀ’ ବିବାଦରେ ଆକ୍ସନ ମୋଡରେ ଭାରତୀୟ ଉଚ୍ଚାୟୋଗ, ତୁରନ୍ତ ପୋଷ୍ଟର ହଟାନ୍ତୁ କାନାଡା ସରକାର ।
୨୧-ସୁପ୍ରିମକୋର୍ଟରେ ପହଁଚିଲା କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା: ଆସନ୍ତା ସପ୍ତାହରେ ଶୁଣାଣୀ କରିବେ କୋର୍ଟ ।
୨୨-ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ ହୋଟେଲ କିମ୍ବା ରେସ୍ତୋରାଁ: ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ।
ଶୁଭ ସକାଳ,ସୁପ୍ରଭାତ