ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ଓ ଶ୍ରୀ ସୁଦର୍ଶନ। ଆଜି ନୃସିଂହ ଏବଂ ବରାହ ଅବତାର. ଯେପରି ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢା ପାଇପାରିବେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି. ଦୁଇ ବର୍ଷର ଅପେକ୍ଷା ପରେ ଏବେ ଭକ୍ତ ମାନେ ପାରଳାଖେମୁଣ୍ଡି ରଥଯାତ୍ରା ରେ ମନଭରି ଉପଭୋଗ କରୁଛନ୍ତି. ଗଜପତି ପୋଲିସ ପ୍ରଶାସନ କଡା ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାରେ ବାଜିରଖିଛନ୍ତି. ହଜାର ହଜାର ଭକ୍ତଙ୍କ ସୁଅଛୁଟିଛି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ. ପାରଳାଖେମୁଣ୍ଡି ମିନବଜାର ର ମଜା କିଛି ଅଲଗା. ପାରଳାଖେମୁଣ୍ଡି ରୁ ପ୍ରଦୀପ ବେହେରାଙ୍କ ରିପୋର୍ଟ