୧-ଆଜି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ । ବିଧାନସଭା ପରିସରରେ ରେଜଲ୍ଟ ତାରିଖ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
୨-ମସ୍କୋର ବଡ଼ ବାଦି, ୟୁକ୍ରେନର ଶେଷ ବଡ଼ ଗଡ଼କୁ ଦଖଲ କଲା ରୁଷ ସେନା
୩-ଆଜି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି ଯଥାବିଧି ସମ୍ପନ୍ନ ହେବ ; ୩ ଘଣ୍ଟା ପାଇଁ ବନ୍ଦ ସର୍ବ ସାଧାରଣ ଦର୍ଶନ।
୪-ଆଜିଠୁ ଓଜେଇଇ; ୬୫ କେନ୍ଦ୍ରରେ ୫୮ ହଜାର ପରୀକ୍ଷାର୍ଥୀ, ମାସ୍କ ବାଧ୍ୟତାମୂଳକ, ସାମାଜିକ ଦୂରତା କଡ଼ାକଡ଼ି ।
୫-କମୁନି ରାଗିଂ, ଚିନ୍ତାରେ ଅଭିଭାବକ ।ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ। ଉତ୍ତରପ୍ରଦେଶ ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟରେ ପଶ୍ଚିମବଙ୍ଗ, ତୃତୀୟରେ ମଧ୍ୟପ୍ରଦେଶ ରହିଛି।
୬-ପାହାଚ ଚଢ଼ୁଥିବା ସମୟରେ ଖସିଗଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ: ଡାହାଣ କାନ୍ଧର ହାଡ଼ ଭାଙ୍ଗି ଯିବା ସହ ଅଣ୍ଟାରେ ଲାଗିଛି ଆଘାତ ।
୭-ଆଜି ଶିନ୍ଦେଙ୍କ ଆସ୍ଥା ଭୋଟ ।
୮-ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା, ଆଲର୍ଟ କଲା IMD
୯-କେସିଆରଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି
୧୦-ବଦଳିବ କି ହାଇଦ୍ରାବାଦର ନାମ ? କାର୍ଯ୍ୟକାରିଣୀ ବୈଠକରେ ସହରକୁ ‘ଭାଗ୍ୟନଗର’ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
୧୧-ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କଲେ ରୁଚିକାଙ୍କ ବାପା ।
୧୨-ବିଦେଶୀ ନିବେଶକଙ୍କ କମୁଛି ବିଶ୍ୱାସ, ଜୁନରେ ରେକର୍ଡ ୫୦,୨୦୩ କୋଟି ଟଙ୍କାର ସେୟାର ବିକିଲେ ।
୧୩-RBIର ନୂଆ ନିଷ୍ପତ୍ତି: ଏଣିକି ନୋଟ୍ ଗଣିବା ମେଶିନ୍ ବଦଳରେ ବ୍ୟବହାର ହେବ ନୋଟର ଫିଟନେସ୍ ଚେକ୍ ମେଶିନ୍
୧୪-କୌଣସି ରାୟକୁ ନେଇ ବ୍ୟକ୍ତିଗତ ଆକ୍ରମଣ ଠିକ ନୁହେଁ, ସୋସିଆଲ ମିଡିଆର ନିୟନ୍ତ୍ରଣ ଜରୁରୀ: ଜଷ୍ଟିସ ପରଦୀବାଲା
୧୫-ଅନ୍ଧକାରରେ ଡୁବିଲା ପାକିସ୍ତାନ, ବିଶେଷଜ୍ଞ କହିଲେ ଶକ୍ତି ସଂକଟ ଜାରି ରହିଲେ ହୋଇପାରେ ବଡ଼ ରାଜନୈତିକ ପରିବର୍ତ୍ତନ ।
୧୬-ରୋମାଞ୍ଚକର ମୋଡରେ ଏଜବାଷ୍ଟନ ଟେଷ୍ଟ, ୨୫୭ ରନରେ ଆଗୁଆ ଭାରତ, ଚତୁର୍ଥ ଦିନର ଖେଳ ଗୁରୁତ୍ଵପୂର୍ଣ୍ଣ ।
୧୭-ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: କହିଲେ ବିଭିନ୍ନ ଜାଗାରେ ପାଳନ ହୋଇଛି ରଥଯାତ୍ରା, ବଢିପାରେ ସଂକ୍ରମଣ।
ଶୁଭ ସକାଳ,ସୁପ୍ରଭାତ