ଜନ୍ମବେଦୀରେ ବିରାଜିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ଓ ଶ୍ରୀ ସୁଦର୍ଶନ। . କୁହାଯାଏ ଯିଏ ଭକ୍ତ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁନ୍ୟ ମିଳିଥାଏ । ତେବେ ବର୍ଷକୁ ଥରେ ମାତ୍ର ୭ଦିନ ଦର୍ଶନ ଦିଅନ୍ତି ମହାପ୍ରଭୁ . ଆଜି ଠାରୁ ଶ୍ରଦ୍ଧାଳୁଙ୍କୁ ମିଳୁଛି ଆଡ଼ପ ଅବଢ଼ା। ଯେଉଥି ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଯେପରି ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢା ପାଇପାରିବେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି. ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ପ୍ରବଳ ବର୍ଷା ହୋଇଥିଲା। ଯାହା ପରିବେଶକୁ ଶୀତଳ କରିଦେଇଥିଲା। ମହାପ୍ରଭୁମାନେ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ରାତିର ନୀତିକ୍ରାନ୍ତି ଆରମ୍ଭ ହୋଇଥିଲା। ଗତକାଲି ଅପରାହ୍ନ ୫ଟା ୪୦ରେ ରଥରୁ ମଦନମୋହନ, କୃଷ୍ଣ, ବଳରାମ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ସନ୍ଧ୍ୟା ୬ଟାରେ ମହାପ୍ରଭୁ ବଳଭଦ୍ର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ପରେ ପରେ ସନ୍ଧ୍ୟା ୭ଟା ୨୦ରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। puri ru laxman panda ka report