କାର୍‌ ଓଲଟି ପଡ଼ିବାରୁ ୬ ଜଣ ଆହତ

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜାଙ୍ଗଳା ଶବରା ନିକଟରେ ଏକ କାର୍‌ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଏହି ପରିବାର ରାଉରକେଲାର ଛେଣ୍ଡ କଲୋନୀରେ ରହନ୍ତି। ସେମାନେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଯାଇଥିଲେ। ଗତକାଲି ରାତିରେ ସେଠାରୁ କାର୍ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଆହତ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଣାଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉଲକେଲା ସ୍ଥାନାନ୍ତର କରାଯାଇଛି।

Share this…
Share on Facebook

Facebook