ସରକାର ଚଳାଇଛନ୍ତି କି ତାଲିବାନୀ ଶାସନ ; ବିନା ଜନରେ ଜନଶୁଣାଣି….

ସୁନ୍ଦରଗଡ ; ରାଜ୍ୟରେ ସରକାର ଚଳାଇଛନ୍ତି କି ତାଲିବାନୀ ଶାସନ, ନିଜ ଯୋଜନାର ନିୟମକୁ ଉଲଙ୍ଘନ କରି ସରକାର ପ୍ରମାଣ କରିବାକୁ ଚାହୁଁଛନ୍ତି କି, ଆମ ପାଖରେ ଅତିରିକ୍ତ ବହୁମତ ରହିଛି ତେଣୁ ଆମ ନିୟମ ପ୍ରଣୟନ କରିବୁ ଓ ତାହାକୁ ଆମ ସୁବିଧା ପାଇଁ ଉଲଙ୍ଘନ କରିବୁ । ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ, ଶିଳ୍ପନୀତି ଆଦିକୁ ପ୍ରୋତ୍ସାହିତ କରିବା ଓ ଏଥିରେ ଗ୍ରାମବାସୀଙ୍କ ମତାମତକୁ ସମ୍ମାନ ଦେବାକୁ ପଲ୍ଲୀସଭା ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନାର ଅର୍ଥ ଥିଲା ଯେଉଁ ଅଞ୍ଚଳରେ ଶିଳ୍ପାୟନ ହେବ ପ୍ରଥମେ ସେଠିକାର ଲୋକଙ୍କ ମତାମତ ନିଆଯିବ । ହେଲେ ଏଠି ଶିଳ୍ପ ବି ହେଉଛି ତା ସହିତ ଗ୍ରାମ ସଭା ବି ହେଉଛି ହେଲେ ଗ୍ରାମସଭାରେ ବସିବା ପାଇଁ ଗ୍ରାମବାସୀଙ୍କୁ ମିଳୁନି ଅନୁମତି । ଏ ଦୃଶ୍ୟକୁ ଟିକେ ଭଲ କରି ଦେଖନ୍ତୁ – ଲହୁଣିପଡ଼ା ଥାନା ପୁରୁଣାପାଣି ପଂଚାୟତ କପଣ୍ଡ ଗାଁରେ କାଇ ଇଂଟର ନ୍ୟାସନାଲ ପେଲେଟ ପ୍ଲାଟକୁ ସ୍ଥାନୀୟ ଲୋକଙ୍କ ବିରୋଧ । ଚିତ୍ରରେ ଦେଖୁଥିବା ଭିଜୁଆଲକୁ ଦେଖିଲେ ଆପଣ ହଡ଼ବଡ଼ି ହୋଇଯିବେ । ଗୋଟ୍ ଭିତରେ ଚାଲିଛି ଭଡ଼ାଟିଆ ଲୋକଙ୍କ ପଲ୍ଲୀସଭା । କମ୍ପାନୀ ଓ ପ୍ରଶାସନର ଗୁଣ୍ଡାବାହୀନ ଦ୍ୱାରା ଟଙ୍କା ମଦରେ ଅଣା ଯାଇଥିବ ଏ ହେଉଛନ୍ତି ବୋଲକରା ଜନତା । ଆଉ ଫାଟକ ସମ୍ମୁଖରେ ହୋହାଲା କରୁଥିବା ଲୋକ ହୋଉଛନ୍ତି ସ୍ଥାନୀୟ ଲୋକ । ଉପଯୁକ୍ତ କ୍ଷତିପୂରଣ ମାଗିବାରୁ କମ୍ପାନୀକୁ ବାରଣ କରିବାରୁ ପଲ୍ଲୀସଭାକୁ ଏମାନଙ୍କୁ ବାରଣ କରାଯାଇଛି । ଖବର ଆଗକୁ ବୋଲକରା ନେତାଙ୍କ ଭଡ଼ାଟିଆ ଜନତାଙ୍କ କମ୍ପାନୀ ଗୋଲାମୀର ସ୍ପଷ୍ଟ ଚିତ୍ର ଆସିବ ତା ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା….

ସବୁଠୁ ବଡ କଥା ହେଉଛି କପଣ୍ତ ଗ୍ରାମର ପ୍ରାୟ ୧୬୭ ଏକର ଜମି ଇଡକୋ ମାଧ୍ୟମରେ ଘରୋଇ ସଂସ୍ଥା କାଇ ଇଣ୍ଟରନ୍ୟାସନାଲକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଗ୍ରାମବାସୀଙ୍କ ଅଜାଣତରେ ଯୋଗାଇ ଦିଆଯାଇଥିବାବେଳେ ସେଠାରେ ଥିବା ହଜାର ହଜାର ମୂଲ୍ୟବାନ ଗଛକୁ କାଟି ପଦା କରିଦେଇଛି କମ୍ପାନୀ କ୍ଷ ଯାହାଦ୍ବାରା ପରିବେଶ ପ୍ରଦୂଷଣ ହେବା ଅଶଙ୍କାଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଗ୍ରାମବାସୀ ମାନେ ତିବ୍ର ବିରୋଧ କରୁଥିବାବେଳେ ପ୍ଲାଣ୍ଟ ସପକ୍ଷ ଗୋଷ୍ଠୀ ସ୍ଥାନୀୟ ନିଯୁକ୍ତି ଆଶାରେ ପ୍ଲାଣ୍ଟ ସ୍ଥାପନ କରାଯାଉ ବୋଲି ଦାବି କରୁଛନ୍ତି କ୍ଷ କମ୍ପାନୀ ପାଇଁ ସବୁ ଏକ ହୋଇଛନ୍ତି । ଶାସକ ଠାରୁ ବିରୋଧ ଏପରି କି ଆନ୍ଦୋଳନର ନାରା ଦେଉଥିବା କ୍ଷମତାରେ ଥିବା ବାମଦଳ ବିଧାୟକ କମ୍ପାନୀ ଗୋଲାମୀ କରିବାକୁ ପଛାଉ ନାହିଁ । ଯାହା ପାଇଁ କଳ ବଳ କୌଶଳ ଲଗାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଫୁଲ୍ଲ ସାମନ୍ତରାଙ୍କୁ କାହିଁକି କପଣ୍ତ ଗ୍ରାମକୁ ଯିବାକୁ ଦେଉନି ପ୍ରଶାସନ ? ପ୍ରଶାସନର ଲୋକଙ୍କ ଉପରେ ଜୁଲମ୍ କୁ ନେଇ କପଣ୍ତ ବାସୀ କ୍ଷୋଭ ପ୍ରକାଶ କରୁଥିବା ବେଳେ କିହିଁ ମୁହଁ ଖୋଲୁ ନାହାନ୍ତି ସ୍ଥାନୀୟ ସାଂସଦ ଓ ବିଧାୟକ ? ସୁନ୍ଦରଗଡ ବଣେଇଁରୁ ରଞ୍ଜିତ ବାଗ କଳିଙ୍ଗ ଭାଷ୍କର .

Share this…
Share on Facebook

Facebook