ସାଲେପୁର-:- ପୁରାତନ ନଦୀର ପୁନରୁଦ୍ଧାର ନହେବାରୁ ନଦୀ ଏବେ ପୋତିହେବାକୁ ବସିଲାଣ। ନଦୀରେ ପଠା ସୃଷ୍ଟି ହେବା ସହ ନଦୀର ଗତିପଥ ବଦଳିବାକୁ ବସିଲାଣି।ନଦୀ ଉପକୂଳ ଜନବସତିର ଲୋକେମାନେ ବନ୍ୟା, ଜଳକଷ୍ଟ ସହ ଚାଷବାସ ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନହେବାକୁ ପଡୁଛି। ଏଭଳି ଏକ ନଦୀ ହେଉଛି କଟକ ଜିଲ୍ଲାର ବିରୂପା ନଦୀ। ଏହି ନଦୀଟି ଜଗତପୁର ଠାରେ ମହାନଦୀରୁ ବାହାରି କଟକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଜୀବନରେଖା ପାଲଟିଛି। ଭିଓ୧:- ଏ ହେଉଛି ପୁଣ୍ୟତୋୟା ବୁରୁପା ନଦୀର ଗର୍ଭ ଏବେ ପୋତିହେବାକୁ ବସିଲାଣି। ନଦୀର ଗର୍ଭରେ ପଠା ସୃଷ୍ଟିହୋଇ ଗଛଲତାରେ ପରିପୂର୍ଣ୍ଣ ହେବା ସହ ନଦୀର ଜଳଧାରଣ କ୍ଷମତା ଧୀରେଧୀରେ ହ୍ରାସ ହେବାକୁ ଲାଗିଲାଣୀ। ନଦୀରେ ପଠା ସୃଷ୍ଟି ହେତୁ ନଦୀ ତାର ଗତିପଥ ବଦଳାଇ ବା ସହ ଚାଷବାସ ଧନଜୀବନ ନଷ୍ଟହେବାକୁ ବସିଲାଣି। ପୁନରଉଦ୍ଧାର ପାଇଁ ଅଞ୍ଚଳବାସୀ ଦାବିକରିଛନ୍ତି।
ଜଗତପୁରଠାରେ ବ୍ୟାରେଜ ନିର୍ମାଣ ହେବା ଯୋଗୁ ଫାଟକ ଗୁଡିକୁ ଯଥା ସମୟରେ ଖୋଲା ନଯିବା ହେତୁ ନଦୀରେ ଜଳପ୍ରବାହ ଠିକରେ ହୋଇପାରେ ନାହିଁ ଯାହା ଦ୍ୱାରା ନଦୀ ଗର୍ଭରେ ପଠା ସୃଷ୍ଟି ହେବାରେ ଲାଗିଛି। ପଠା ସୃଷ୍ଟି ହେବାଯୋଗୁ ନଦୀରେ ଜଳର ଅଭାବ ହେତୁ ବିରୂପାର କୁଳବର୍ତି ଅଂଚଳ ମାନଙ୍କରେ ଚାଷ ଉପରେ ପ୍ରଭାବ ପକାଉଥିବାସହ ନଦୀରେ ଏବେ ଆଉ ସୁସ୍ଵାଦୁ ଇଲିସି ଆଉ ପୋହଳା ମାଛ ଦେଖିବାକୁ ମିଳୁନାହିଁ। ଆଉ ଏବେ କୁଳଲଙ୍ଘି ଜନବସତି ମୁହାଁ ହେବାକୁ ବସିଲାଣି। ତୁରନ୍ତ ଏହାର ପୁନରଉଦ୍ଧାର କରିବା ପାଇଁ ଲୋକେଦାବି କରିଛନ୍ତି। ସାଲେପୁର ବିଧାୟକ ବିରୂପା ନଦୀର ସଙ୍କୁଚିତ ନେଇ ବିଭାଗୀୟ ମନ୍ତ୍ରୀ, ଅଧିକାରୀ ଓ ସଚିବଙ୍କ ସହ ଆଲୋଚନାକରାଯାଇ କିଭଳି ଲୋକମାନେ ଉପକାର ପାଇବେ ଆଗାମୀ ଦିନରେ ନିଶ୍ଚିତ ପଦକ୍ଷେପ ନିଆଯିବ।
ଏବେ କେବଳ ଅପେକ୍ଷା ବିରୂପା ନଦୀର ପୁନରୁଦ୍ଧାର କେବେ ହେଉଛି ।
….. ମନୋଜ ସାହୁ, ସାଲେପୁର……