୧-ବିଧାନସଭା ପ୍ରଥମ ଦିନରେ ବିରୋଧୀଙ୍କ ଭିତରେ ଫାଟ : ଉଠିଲା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତ୍ରବ୍ୟ ପ୍ରସଙ୍ଗ; ଦୁଇ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ।
୨- ଉଦୟପୁର ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ ।
୩-ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି।
୪-ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ‘ଚଳିତ ବଜେଟ ରାଜ୍ୟବାସୀଙ୍କ ଅକାଂକ୍ଷା ପୂରଣ କରିବ’
୫-ଭାରତକୁ ୧.୭୫ ବିଲିୟନ୍ ଡଲାର୍ର ଲୋନ୍ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ, ସ୍ୱାସ୍ଥ୍ୟ ଏବଂ ବେସରକାରୀ ନିବେଶରେ ହେବ ଖର୍ଚ୍ଚ ।
୬-ହାଇଦ୍ରାବାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରୋଟକଲ ଭାଙ୍ଗିଲେ କେସିଆର, ସ୍ୱାଗତ ପାଇଁ ବିମାନ ବନ୍ଦର ଆସିଲେ ନାହିଁ ।
୭-ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଏୟାରପୋର୍ଟ ନଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କୌଣସି ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ଏକ ଅନୁଷ୍ଠାନକୁ ଅପମାନିତ କରିଛନ୍ତି: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
୮- ଖାରଜ ହେଲା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଜାମିନ ଆବେଦନ: ରହିବେ ୧୪ ଦିନିଆ ନ୍ୟାୟିକ ହେପାଜତରେ ।
୯- ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ।
୧୦- ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ । ଶରଧାବାଲିରେ ଭକ୍ତିମୟ ପରିବେଶ । ଘଣ୍ଟ ଘଣ୍ଟା, ହୁଳହୁଳିରେ କମ୍ପୁଛି ଶ୍ରୀଗୁଣ୍ଡିଚା ମନ୍ଦିର
୧୧- ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଚାଂଚଲ୍ୟ ଖେଳି ଯାଇଛି । ବିଜେବି କଲେଜରେ ପ୍ଲସ-ଥ୍ରୀ ପଢୁଥିବା ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
୧୨-ବିଜୁଳି ବଳକା ରାଜ୍ୟ ଓଡ଼ିଶା, ହେଲେ ମହଙ୍ଗାରେ ବିଜୁଳି କିଣିଛନ୍ତି ରାଜ୍ୟବାସୀ । ‘ଓଇଆରସି’ର ରାଜସ୍ୱ ଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଦାୟୀ କଲେ ଶକ୍ତି ସମୀକ୍ଷକ ।
୧୩- ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ଜରିମାନା ଅର୍ଥର ୫୦ ପ୍ରତିଶତ ସଡ଼କ ସୁରକ୍ଷା ପାଣ୍ଠିକୁ ଦିଆଯିବ
୧୪- ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତି; ଆଜିଠୁ ମିଳିବ ଆଡ଼ପ ଦର୍ଶନ, ଆଡ଼ପ ଅବଢ଼ା ।
୧୫- ସାଧାରଣ ବଜେଟ୍ ଉପସ୍ଥାପନର ଶେଷରେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଓ ଗଙ୍ଗାଧର ମେହେରଙ୍କ କବିତା
୧୬- ବ୍ୟାଟସମ୍ୟାନଙ୍କ ପରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ, ୮୪ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍ରେ ଇଂଲଣ୍ଡ ।
୧୭- ବିଦେଶରେ ରହୁଥିବା ସମ୍ପର୍କୀୟ ଏଣିକି ବିନା ଅନୁମତିରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ନୂଆ ନିୟମ
୧୮- ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ପତ୍ର ପ୍ରତ୍ୟାହରର ତାରିଖ ସମାପ୍ତ, ମଇଦାନରେ ଏବେ ଦୁଇ ପ୍ରାର୍ଥୀ
ଶୁଭ ସକାଳ,ସୁପ୍ରଭାତ