ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ।

ସାଲେପୁର;  ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ପୁରା ପରିବାର ଗୁରୁତର, ଫାଣ୍ଡିରେ ଅଭିଯୋଗ । କଟକ ଜିଲ୍ଲା ଜଗତପୁର ଥାନା ସଙ୍ଗମାପୁର ଗାଁରେ ଜମିବାଡ଼ି ବିବାଦରୁ ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଗାଁରେ ଭୟର ବାତାବରଣ ଲାଗିରହିଛି । ଜମିବାଡ଼ିକୁ ନେଇ ଗାଁର ତପନ ଜେନା ଓ ବାବାଜୀ ଜେନାଙ୍କ ମଧ୍ୟରେ କିଛି ବର୍ଷ ହେବ ବିବାଦ ଲାଗି ରହିଥିଲା । ଆଜି ଏହି ସମ୍ପତି କଳି ଉଗ୍ର ହୋଇଥିଲା । ତପନ ଜେନାଙ୍କ ପରିବାରକୁ ବାବାଜୀ ଜେନା ଓ ତାଙ୍କ ଦୁଇ ପୁଅ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଆକ୍ରମଣରେ ତପନଙ୍କ ପରିବାର ଲୋକ ଗୁରୁତର ହୋଇଥିଲେ । ଗ୍ରାମବାସୀ ଗୁରୁତରଙ୍କୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ କଟକ ବଡ଼ ମେଡ଼ିକାଲକୁ ପଠାଇଛନ୍ତି । ତେବେ ଆକ୍ରମଣ କରିଥିବା ବାବାଜୀଙ୍କ ପରିବାର ବିରୋଧରେ ଜଗତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସୂଚନା ମିଳିଛି । ତେବେ ଆକ୍ରମଣର ଶୀକାର ହୋଇଥିବା ତପନଙ୍କ ପରିବାର ଭୟରେ ଦିନ କାଟୁଥିବା ବେଳେ ନ୍ୟାୟ ପାଇଁ ପୋଲିସ ନିକଟରେ ସୁରକ୍ଷା ଦାବି କରିଛନ୍ତି । ସାଲେପୁରରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ mpx tv  ।

Share this…
Share on Facebook

Facebook