ପ୍ରସ୍ତୁତ ରଥ, ପ୍ରସ୍ତୁତ ପଥ ଆସନ୍ତା କାଲି ବିଜେ କରିବେ ମହାବାହୁ l ୨ବର୍ଷ ପରେ ତୁଳସୀକ୍ଷେତ୍ରରେ ଗଡିବ ବଳଦେବଜୀଉଙ୍କ ରଥ l

କେନ୍ଦ୍ରାପଡା- ରଥଯାତ୍ରା ପାଇଁ ଏବେ ଚଳାଚଞ୍ଚଳ ହୋଇ ଉଠିଛି ତୁଳସୀକ୍ଷେତ୍ରର ରଥଖଳା। ନିଜନିଜ କାମକୁ ଜୋରଦେଇ ଏକମନା ହୋଇ କାମରେ ଲାଗିଛନ୍ତି ବଢ଼େଇ ଓ କମାର ଶିଳ୍ପୀ। ଆସନ୍ତା କାଲି ରଥରେ ବିଜେ କରିବେ ମହାବାହୁ ବଳିଆର ଭୁଜ l ଗତ 2ବର୍ଷ ଧରି କୋଭିଡ ମହାମାରୀ କାରଣରୁ କେନ୍ଦ୍ରାପଡାରେ ୨୦୨୦ ଓ ୨୦୨୧ ରଥଯାତ୍ରା ବନ୍ଦ ରହିଥିବା ବେଳେ ଗତବର୍ଷ ଓ ଚଳିତବର୍ଷର ନୂଆ ପୁରୁଣା କାଠକୁ ନେଇ ଆରମ୍ଭ ହୋଇଛି ରଥ ପ୍ରସ୍ତୁତି। ଦେବସ୍ନାନ ପୂର୍ଣ୍ଣିମାର ୧୫ଦିନ ପୂର୍ବରୁ ଅର୍ଥାତ ଅକ୍ଷୟ ତୃତୀୟାରୁ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଚକରେ ଅଖ ସଂଯୋଗ କରାଯାଇ ସେହିଦିନ ଠାରୁ ନିୟମିତ କାମ ଜାରି ରହିଛି ।
୨ ବର୍ଷ ପରେ ତୁଳସୀକ୍ଷେତ୍ରରେ ଗଡିବ ବଳଦେବଜୀଉଙ୍କ ରଥ, ନିର୍ମାଣ କାର୍ଯ୍ୟରେ ମଗ୍ନ କାରିଗର ଚକରେ ଅଖ ପଶିବା ପରେ ବରାଣ,ପାରିଣୀ,ପାସ୍ତା ପରେ ପତର ବାଡ଼ିଆ ଆରମ୍ଭ ହୋଇଛି।

ଅନ୍ୟପଟେ ନାହାକା ଉଠିବା ପରେ ଏବେ ଉପର ନାହାକା କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଜକୁ ଦୀର୍ଘ ୪୫ବର୍ଷ ଧରି ବ୍ରହ୍ମ ତାଳଧ୍ଵଜ ରଥରେ କାମ କରୁଥିବା ବଢ଼େଇ ସେବାୟତ। ସେହିପରି କମାର ଶାଳରେ ରଥ ପାଇଁ ଆବଶ୍ୟକୀୟ ବରାନ୍ଦ,ନୋଥରୀ,ତାରିଣୀ,ମୁଣ୍ଡାକଣ୍ଟା ଓ ଛତିକଣ୍ଟା ପ୍ରସ୍ତୁତ କରନ୍ତି କମାର ସେବକ। ସ୍ନାନ ପୂର୍ଣ୍ଣିମା ଠାରୁ ପ୍ରାୟ ୪୦ ବଢ଼େଇ ସେବାୟତ,୧୬ କମାର ସେବାୟତଙ୍କ ଦ୍ୱାରା ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ନେତ୍ରୋତ୍ସବ ପୂର୍ବରୁ ରଥ ପ୍ରସ୍ତୁତ କରିବା ପାଇଁ ଜୋରଦାର କାମ ଚଳାଇଛନ୍ତି ସେବାୟତ। ବ୍ରହ୍ମ ତାଳଧ୍ଵଜ ରଥର ଅଖ ସଂଖ୍ୟା ୭ ରହିଥିବା ବେଳେ ଚକ ସଂଖ୍ୟା ୧୪ । ୧୦୨୪ଖଣ୍ଡ ନୂଆପୁରୁଣା କାଠରେ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ରଥର ଉଚ୍ଚତା ଶ୍ରୀକ୍ଷେତ୍ରର ନନ୍ଦିଘୋଷ ରଥଠାରୁ ମାତ୍ର କେଇ ହାତ ଉଚ୍ଚ ବା ୭୦ଫୁଟ ହୋଇଥାଏ।

Share this…
Share on Facebook

Facebook