ଖବର ଆଜିର…..ତାରିଖ ୩୦-୦୬-୨୦୨୨/ଗୁରୁବାର

୧-ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ଲୋକେ

୨-ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ, ଜସପ୍ରୀତ ବୁମରା ଅଧିନାୟକ

୩-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ, ଛାଡିଲେ ବିଧାନ ପରିଷଦର ସଦସ୍ୟତା

୪-କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପ୍ୟୁଟରୀକରଣ ହେବ ୬୩ ହଜାର PACS, ୨୫୧୬ କୋଟିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

୫-ସମୁଦ୍ରରେ ଖସିଲା ଓଏନଜିସି ହେଲିକପ୍ଟର, ଦୁର୍ଘଟଣାରେ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

୬-ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି । ଓଡିଶାରେ ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି । ସୃଷ୍ଟି ହୋଇପାରେ ୧୯ ହଜାର ନିଯୁକ୍ତି ସୁଯୋଗ

୭-ରୋଗୀଙ୍କ ପକେଟକୁ ବାଧିବା ଭଳି ଦାମୀ ମେଡ଼ିସିନ ଲେଖିପାରିବେ ନାହିଁ ଡାକ୍ତର, ଯୋଗୀ ସରକାରଙ୍କ କଡା ନିର୍ଦ୍ଦେଶ ।

୮-ନଭେମ୍ବର ୩୦ରେ ହେବ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ

୯-ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ : ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ନିଷେଧ କଲା କେନ୍ଦ୍ର

୧୦-ଔରାଙ୍ଗାବାଦର ନାମ ବଦଳାଇ ସମ୍ଭାଜୀ ନଗର ଏବଂ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର।

୧୧-କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ଧରିଥିବା ୫ ପୋଲିସ କର୍ମଚାରୀଙ୍କୁ ମିଳିବ ପଦନ୍ନୋତି: ଅଶୋକ ଗେହଲଟ

୧୨-ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜାମିନ

୧୩-ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ନିର୍ବାଚନ

୧୪-ଦିଲ୍ଲୀରେ ଓଡିଆ ଖେଳାଳୀ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ: ମ୍ୟାଚରେ ହାରିବା ଯୋଗୁଁ ଆକ୍ରମଣ କଲେ ଆଫଗାନ ଖେଳାଳୀ

୧୫-ଆସିଲା କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ; ବେକରେ ୧୦ଟି ଗଭୀର କ୍ଷତ ଥିବାବେଳେ ସାରା ଶରୀରରେ ରହିଛି ୨୬ଟି ଗଭୀର କ୍ଷତ

୧୬-ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ: ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ

୧୭-ଉପକୂଳ ଓଡ଼ିଶା ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ସତର୍କ ସୂଚନା ଜାରି

୧୮-ରାଜ୍ୟରେ କରୋନା ଉପରମୁହାଁ: ଟିପିଆର ୧% ଟପିଲା ।

୧୯-ଜିଏସ୍‌ଟି ପରିଷଦ ବୈଠକ: ପନିର, ପାମ୍ପଡ଼, ମାଂସ ମହଙ୍ଗା ହେବ

୨୦-ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ: ହେଲେ, ଏଥର ବି ପ୍ରେସ ଗ୍ୟାଲେରୀକୁ ଯାଇପାରିବେନି ସାମ୍ବାଦିକ ।

୨୧-ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ: ୨ ଜଣଙ୍କ ଦରମା ବନ୍ଦ, ୭ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌।
ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook