କିଶନନଗର ଥାନା ଆଇ.ଆଇ.ସି ସସ୍ମିତା ରଣା କାର୍ଯ୍ୟରୁ ନିଲମ୍ବିତ

କଟକ; କିଶନନଗର ଥାନା ଆଇଆଇସି ସସ୍ମିତା ରଣା କାର୍ଯ୍ୟରୁ ନିଲମ୍ବିତ ହେଲେ । ଆଜି କାର୍ଯ୍ୟରେ ଅବହେଳା ପାଇଁ ପୋଲିସ ଡ଼ିଜି ସୁନୀଲ ବଂଶଲ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଇଷାଣୀ ବ୍ରହ୍ମପୁରର ଗୁଣନିଧି ବିଶୋୟୀ ଜମିବାଡ଼ି ମାମଲାରେ କିଶାନନଗର ଥାନାକୁ ଯାଇ ନ୍ୟାୟ ପାଇବାରେ ବିଫଳ ହୋଇଥିଲେ ।

ଶେଷରେ ନିରୂପାୟ ହୋଇ ଗତ ଗୁରୁବାର ଦିନ ଥାନା ପରିସରରେ ଗୁଣନିଧି ଆତ୍ମହୁତି ଉଦ୍ୟମ କରିଥିଲେ । ଦେହ ୯୦ ପ୍ରତିଶତ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତି ହୋଇଥିଲେ । ସେଠାରେ ଚିତିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଥାନା ପରିସରରେ ଜଣେ ବ୍ୟକ୍ତି ଆତ୍ମହୁତି ଉଦ୍ୟମ ଓ ମୃତ୍ୟୁ ଖବର ବିଜୁଳି ବେଗରେ ସାରା ରାଜ୍ୟକୁ ବ୍ୟାପି ଯାଇଥିଲା ।

ଥାନା ଅଧିକାରିଣୀଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାରେ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବୁଦ୍ଧିଜୀବୀ ଜନତା । ଏପରି କି ଗୁଣନିଧିଙ୍କ ପୁଅ ଏସପିଙ୍କ ନିକଟରେ ଥାନା ଆଧିକାରିଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଆଜି ପୋଲିସ ଡ଼ିଜି ସୁନୀଲ ବଂଶଲ ଥାନା ଅଧିକାରିଣୀ ସସ୍ମିତା ରଣାଙ୍କୁ ସସପେଣ୍ଡ କରିଛନ୍ତି । ପୋଲିସ ମୁଖିଆଙ୍କ ଏପରି ନିଷ୍ପତିକୁ ଜିଲ୍ଲାର ବୁଦ୍ଧିଜୀବୀ ସାଧୁବାଦ ଜଣାଇଛନ୍ତି । ସାଲେପୁରରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ mpx news odia ।

Share this…
Share on Facebook

Facebook