ଫାଣ୍ଡି କରିଦେଲେ ବାଇକ ଷ୍ଟାଣ୍ଡ ; ବାରଣ୍ଡାରେ ସିଜର ଗାଡ଼ି, ହାଜାତ ଭିତରେ ପୋଲିସ ବାବୁଙ୍କ ବାଇକ ।

ସୋର;  ଅଚିନ୍ତା ନିଦ୍ରାରେ ଶୋଇବାକୁ ଆସିଲା ଭଲ ଯୋଜନା । ଫାଣ୍ଡି କରିଦେଲେ ବାଇକ ଷ୍ଟାଣ୍ଡ । ବାରଣ୍ଡାରେ ରହୁଛି ସିଜର ଗାଡ଼ି, ହାଜାତ ଭିତରେ ରହୁଛି ପୋଲିସ ବାବୁଙ୍କ ବାଇକ । ଟିକେ ଭଲ କରି ଦେଖିଲେ ଆପଣମାନେ ବୁଝି ପାରିବେ । ଆପଣଙ୍କୁ ଲାଗି ପାରେ ଏ କେଉଁ ବାଇକ ଷ୍ଟାଣ୍ଡ । କିନ୍ତୁ ତାହା ନୁହେଁ । ଏ ହେଉଛି ବାଲେଶ୍ୱର ଗୋପାଳପୁର ଫାଣ୍ଡିର ଭିତର ଦୃଶ୍ୟ । ଖବର ଆଗକୁ ପୋଲିସ ବାବୁଙ୍କ ବେଢଙ୍ଗି କାର୍ଯ୍ୟ ବେପାରୁଆ ପ୍ରତିକ୍ରିୟା ଆସିବ ତା ପୂର୍ବରୁ ଶୁଣନ୍ତୁ କଣ କହୁଛନ୍ତି ଆମ ପୋଲିସ

ଶୁଣିଲେ ତ ଆମେ କହିବା ପୂର୍ବରୁ ଆପଣମାନେ ବୁଝି ସାରିଥିବେ । ଫାଣ୍ଡିରେ ବାଉଣ୍ଡରୀ ନଥିବାରୁ ଗାଡ଼ି ଅସୁରକ୍ଷିତ ପାଇଁ ଆମ ପୋଲିସ, ଫାଣ୍ଡି କୁ ବାଇକ ଷ୍ଟାଣ୍ଡ କରିଥିବା କହୁଛନ୍ତି । ଖାଲି ଏତିକିରେ ସରୁନି ଗାଲୁଆମି । ବାହାରେ ବର୍ଷା ହେଉଛି ସେଥି ପାଇଁ ସିଜର ବାଇକ କୁ ଫାଣ୍ଡି ଭିତରେ ରଖିଥିବା କହୁଛନ୍ତି । ସବୁଠି ପୋଲିସକୁ ଚୋର ଭୟ କରୁଥିବା ବେଳେ ଏଠି କିନ୍ତୁ ଚୋରକୁ ପୋଲିସ ଭୟ କରୁଛି । ଖାସ୍ ଏଇଥି ପାଇଁ ଆମ ପୋଲିସ ଫାଣ୍ଡି ଭିତରେ ବାଇକ ରଖିବାକୁ ଅଯଥା ଯୁକ୍ତି କରୁଛନ୍ତି । ଏଠି ପ୍ରଶ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏକଥା ଜଣାଛନ୍ତି ନାଁ ସବୁ ଜାଣି ଚୁପ୍ ରହିଛନ୍ତି । ଜଣଗଣଙ୍କ ଟିକସରେ ଭଲ ଦରମା ନେଉଥିବା ପୋଲିସ ବାବୁ, ନ୍ୟାୟ ପାଇଁ ସୃଷ୍ଟି ହୋଇଥିବା ଫାଣ୍ଡି ଭିତରେ ଏପରି ବେଦାୟିତ୍ୱ କାର୍ଯ୍ୟ କରିବାକୁ କିଏ ଦେଲା ଅଧିକାର । ସୋରରୁ ଶରତ ନାୟକଙ୍କ ରିପୋର୍ଟ mpx tv odia ।

Share this…
Share on Facebook

Facebook