୧-ଗୁଜୁରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତିସ୍ତା ଶୀତଳବାଡ଼ଙ୍କୁ ଅଟକ ରଖିଲା ଗୁଜୁରାଟ ଏଟିଏସ ।
୨-ମୁମ୍ବାଇରେ ୧୪୪ ଧାରା ଲାଗୁ ସହ ହାଇଆର୍ଲଟ ଜାରି। ପୁଣେ, ମୁମ୍ବାଇର ବିଭିନ୍ନ ସ୍ଥାନରେ ଶିବସୈନିକଙ୍କ ହାଲ୍ଲାବୋଲ।
୩-ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ନୂଆ ବିବାଦ। ବାଲାସାହେବଙ୍କ ନାଁକୁ ନେଇ ଶିବସେନା ଓ ବିଦ୍ରୋହୀଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା।
୪-କେନ୍ଦୁଝରର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି
୫-ରୋମରେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଯୁବ ବୈଜ୍ଞାନିକଙ୍କ କଥା ଶୁଣି ଆଖିରେ ଜକେଇ ଆସିଲା ଲୁହ
ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ କଥା ଶୁଣି ନବୀନଙ୍କ ଆଖିରୁ ଲୁହ ଝରି ପଡିଥିଲା
୬-ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ମାଙ୍କଡ ନାଚ ଭଳି ଲାଗୁଛି: ଓୱେସୀ
୭-ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ। ବନ୍ୟା ଯୋଗୁ ଗଲାଣି ୧୧୮ ଜୀବନ।
୮- ୨୦୦୨ ମସିହାର ଗୁଜରାଟ ଦଙ୍ଗା ମାମଲା । ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି ଦେଇଥିବା କ୍ଲିନଚିଟ ଫଇସଲାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।
୯-ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି ।
୧୦-ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନଅରକୁ ରାଜପ୍ରସାଦ ବିଜେ ।
୧୧-ଜିଏସ୍ଟି କ୍ଷତିପୂରଣ ସେସ୍ ଆଉ ୪ ବର୍ଷ: ଚଳିତ ମାସରେ ଶେଷ ହେଉଥିଲା, ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି।
୧୨-ଫାସ୍ଟ୍ୟାଗରୁ କେହି ଟଙ୍କା ଚୋରି କରିପାରିବେ ନାହିଁ: ଏନ୍ପିସିଆଇ ।
୧୩-ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)- ସହରାଞ୍ଚଳରେ ଜୁନ୍ ୨୦୧୫ ରୁ ଜୁନ୍ ୨୨, ୨୦୨୨ ସୁଦ୍ଧା ମୋଟ ଏକ ଲକ୍ଷ ୧୦ ହଜାର ୩୦ଟି ଆବାସ ନିର୍ମାଣ ହୋଇଛି।
୧୪-ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି: ସର୍ଭେଲାନ୍ସ ସହିତ ଟେଷ୍ଟିଂ ବଢ଼ାଅ।
୧୫-୩ ସପ୍ତାହରେ ୧୧ ବିଲିଅନ ଡଲାର କମିଲା ବିଦେଶୀ ମୁଦ୍ରା ଭଣ୍ଡାର ।
୧୬-ଆଇଓଏ ମୁଖ୍ୟ ପଦ ତୁରନ୍ତ ଛାଡ଼ିବାକୁ ବାତ୍ରାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୧୭-ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି୨୦ ମୁକାବିଲା ।
୧୮-ଶ୍ରୀଲଙ୍କା ବିପକ୍ଷ ମହିଳା ଟି୨୦ ଶୃଙ୍ଖଳା ଜିତିଲା ଭାରତ ।
୧୯-ଆର୍ଥିକ ବର୍ଷ ୨୦୨୧-୨୨ରେ Infosysର କ୍ୟାପିଟାଲ ରିଟର୍ଣ୍ଣ ୨୪,୧୦୦ କୋଟି, ଲାଭାଂଶ ଘୋଷଣା କଲା କମ୍ପାନି ।
ଶୁଭ ସକାଳ,ସୁପ୍ରଭାତ