ଭିଜିଲାନ୍ସ ପଞ୍ଝାରେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ।

ଜଳେଶ୍ୱର ; ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ହୋଇଛି। ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ ରାଜ୍ୟର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଚଢାଉ ସମୟରେ କୋଟି ଟଙ୍କାର ସମ୍ପତି ରେଡ଼ ହେଉଥିବା ବେଳେ ବହୁ ସୁନା ଅଳଙ୍କାର, ଗୁରୁତପୂର୍ଣ୍ଣ କାଗଜପତ୍ର ଜବତ କରିଛି । ତେବେ ଚଢାଉ ଜାରି ରହିଥିବା ବେଳେ ଆଗକୁ ଆହୁରୀ କୁବେର ସମ୍ପତି ଜବତ ପରିବା ପାଇଁ ଭିଜିଲାନ୍ସ ଲକ୍ଷ୍ୟ ରଖିଛି । ସୋରରୁ ଶରତ ନାୟକଙ୍କ ରିପୋର୍ଟ mpx tv odia ।

Share this…
Share on Facebook

Facebook