ବରିଷ୍ଠ ବିଜେଡି କର୍ମୀ ବିଧାୟକଙ୍କ ନାମରେ ଆଣିଲେ ସଙ୍ଗିନ ଅଭିଯୋଗ।

ସାଲେପୁର; ବରିଷ୍ଠ ବିଜେଡି କର୍ମୀ ବିଧାୟକଙ୍କ ନାମରେ ଆଣିଲେ ସଙ୍ଗିନ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଳକ କିଶନନଗରଥାନା ତରୀତୋ ପଂଚାୟତରୁ। ତରିତୋ ପଂଚାୟତର ବରିଷ୍ଠ ବିଜେଡି କର୍ମୀ ହେଲେ ଲୋଲୁପ ବିଶ୍ୱାଳ ଓରଫ ନିଲୁଆ ବିଶ୍ୱାଳ।ସେ ଦଳରେ 34ବର୍ଷ ଧରି କାମକରି ଆସୁଛନ୍ତି। ଏପରିକି କିଶନନଗରର ପୂର୍ବତନ ବିଧାୟକ ସ୍ବର୍ଗତ ଯୁଧିଷ୍ଠିର ଦାସଙ୍କ ସମୟରୁ ଆରମ୍ଭକରି ବର୍ତ୍ତମାନର ସାଲେପୁରର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମୟରେ ମଧ୍ୟ ବିଜୁଜନତା ଦଳରେ କାମକରି ଆସୁଛନ୍ତି।

ସାଲେପୁର ନିର୍ବାଚନମଣ୍ଡଳୀର ତରିତୋ ପଂଚାୟତରେ ବିଜେଡିର ଏବେ ମଙ୍ଗୁଆଳ ସାଜିଛନ୍ତି।ହେଲେ ପଞ୍ଚାୟତର ଏକ ଅସାମାଜିକ ବ୍ୟକ୍ତିଙ୍କୁ ବିଜେଡି ଦଳରେ ସ୍ତାନୀୟ ବିଧାୟକ ପ୍ରସୟ ଦେବାପରେ ଆରମ୍ଭ ହୋଇଛି ଦଳରେ ଗୋଷ୍ଠୀକନ୍ଦଳ। ଏବେ ଏହି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ଏହି ଘଟଣା ନେଇ ପଂଚାୟତର 5ଶହରୁ6ଶହ କର୍ମୀ ଏକାଠି ହୋଇ ଅସାମାଜିକ ବ୍ୟକ୍ତି ଜଣକୁ ବିରୋଧକରିଥିଲେ। ବିରୋଧ କରିବାରୁ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଜଣକ ତାଙ୍କୁ ଧମକ ଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ୍ ଦେଇଥିବାର ଅଭିଯୋଗ ଆଣିଛନ୍ତି। ବ୍ୟକ୍ତି ଜଣଙ୍କ ନାମରେ ଅସାମାଜିକ ଘଟଣା ନେଇ ଥାନାରେ ମାମଲା ଥିବାବେଳେ କିଶନନଗର ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଜଣକୁ ଗିରଫ କରିଥିବାବେଳେ ସ୍ତାନୀୟ ବିଧାୟକ ଅସାମାଜିକ ବ୍ୟକ୍ତି ଜଣଙ୍କୁ ଛାଡିଦେବା ପାଇଁ ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବା ନେଇ ବରିଷ୍ଠ ବିଜେଡିକର୍ମୀ ବିଧାୟକଙ୍କ ନାମରେ ଅଭିଯୋଗ ଆଣିବା ସହ ତୁରନ୍ତ ବ୍ୟକ୍ତି ଜଣଙ୍କୁ କୋର୍ଟଚାଲାଣ କରିବା ପାଇଁ କହିଛନ୍ତି। ଦଳରେ ଏଭଳି ଲୋକଙ୍କୁ ସ୍ତାନୀୟ ବିଧାୟକ ପ୍ରସୟଦେଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

Share this…
Share on Facebook

Facebook