୧-ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଓଡିଶାର ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ବିଜେପି ନେତୃତାଧୀନ ଏନଡିଏ ମେଣ୍ଟ ।
୨-ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ଯ୍ୟ ହେଲି ଓ ଖୁସି ବି ହେଲି । ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି । ରାଷ୍ଟ୍ରପତି ପଦ ବଡ଼ ଦାୟିତ୍ୱ, ସମସ୍ତଙ୍କ ସହଯୋଗ କାମନା କରିବି । ୨୦୨୧ ମସିହା ପରଠୁ ରାଜନୈତିକ କାର୍ଯ୍ୟକ୍ରମ ଠାରୁ ଦୂରରେ ଅଛି । ରାଜନୀତିଠୁ ଦୂରରେ ରହି ଦେଶ ପାଇଁ କାମ କରିବି । ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ, ତାର ଗରିମା ରକ୍ଷା କରିବି
୩-ଦ୍ରୌପଦୀ ମୁର୍ମୁ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ବିଶ୍ବାସ : ମୋଦୀ।
୪-ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲାରେ ଜିଲ୍ଲା ଅଦାଲତଙ୍କ ରାୟ : ସାଂସଦ ଅନୁଭବଙ୍କ ଘରେ ରହିବେ ଅଭିନେତ୍ରୀ ପତ୍ନୀ ବର୍ଷା
୫-ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲଗୁଳିରେ ସହିଦ ହୋଇଥିବା ୩ ଜଣ ସିଆରପିଏଫ୍ଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ।
୬-ମହାରାଷ୍ଟ୍ର ରାଜନୀତିରେ ହଲଚଲ: ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
୭-ଉଦ୍ଧବ ଠାକରେଙ୍କ ବୈଠକକୁ ପହଞ୍ଚିଲେ ମାତ୍ର ୨୦ ବିଧାୟକ, ଗାଏବ ରହିଲେ ୩୫, ବଢିଲା ସରକାରଙ୍କ ଅଡୁଆ
୮-ରହସ୍ୟ ଘେରରେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ରଶ୍ମିଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ।
୯-ଟିଏମ୍ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଘୋଷଣା କରିଛନ୍ତି।
୧୦-ବଡ଼ ହୃଦୟ ଦେଖାଇଲେ ରୁଷ ସାମ୍ୱାଦିକ, ୟୁକ୍ରେନରେ ବିସ୍ଥାପିତ ପିଲାଙ୍କ ଭବିଷ୍ୟତ ପାଇଁ ବିକିଲେ ନୋବେଲ ପୁରସ୍କାର ।
୧୧-ଯୋଗାସନ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି: ବିଶ୍ୱକୁ ଦେଲେ ଆରୋଗ୍ୟ ରହିବାର ମନ୍ତ୍ର ।
୧୨-ଶ୍ରୀଲଙ୍କାରେ ଦୁର୍ବିସହ ହେଉଛି ଜନଜୀବନ: ଚିକେନ କେଜି ୧୩ଶହ, ଅଣ୍ଡା ଗୋଟାକୁ ୫୦ଟଙ୍କା ।
୧୩-ବିଶ୍ୱ କ୍ରିକେଟରେ ଭାରତର ବଡ଼ ପ୍ରଭାବ ରହିଛି, ଏବେ ଭାରତ ଯାହା କହିବ ତାହା ହିଁ ହେବ: ଆଫ୍ରିଦି ।
୧୪-ବିଜେପି ସହ ମେଣ୍ଟ କଲେ ହିଁ ଶିବସେନାକୁ ଫେରିବି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିନ୍ଧେଙ୍କ ସର୍ତ୍ତ ।
୧୫-ବରିଷ୍ଠ କୂଟନୀତିଜ୍ଞ ଋଚିରା କମ୍ବୋଜ ହେବେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି, ନେବେ ତିରୁମୂର୍ତ୍ତିଙ୍କ ସ୍ଥାନ
୧୬-ପୁଣି ଅଶାନ୍ତ ହେଲା ଶ୍ରୀକ୍ଷେତ୍ର; ଗ୍ରୋସୋରି ଦୋକାନକୁ ବୋମାମାଡ଼ କଲେ ୩ ଦୁର୍ବୃତ୍ତ ।
୧୭-ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ: ଏମ୍ସ ନିର୍ଦ୍ଦେଶକ ।
୧୮-ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ନିମନ୍ତ୍ରଣ କରିଥିଲେ ଚୀନ ରାଷ୍ଟ୍ରପତି।
ଶୁଭ ସକାଳ,ସୁପ୍ରଭାତ