ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ ।

ବାଲେଶ୍ୱର; ସହଦେବଖୁଂଟା ପୋଲିସ ଜାଲରେ ଗ୍ୟାଙ୍ଗଷ୍ଟାର ପାପା । ବେଲରେ ଆସି ପୁରୁଣା ଗ୍ୟାଙ୍ଗ ମଧ୍ୟରେ ଅପରାଧ କରୁଥିଲା । ପ୍ରମାଣ ନଷ୍ଟ ପାଇଁ ମହିଳାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲା । ପାପା ନାମରେ ୩୦ରୁ ଅଧିକ ହତ୍ୟା , ରାହାଜାନୀ ଚୋରି, ବେଆଇନ ଅସ୍ତ୍ର ରଖିବା ଭଳି ସଙ୍ଗିନ ଅଭିଯୋଗ ରହିଛି ।

ତେବେ ଅପରାଧ ଘଟାଇ ସେଲ ଭିତରେ ଥିବା ବେଳେ କିଛି ଦିନ ହେବ ସର୍ତମୂଳକ ବେଲରୁ ବାହାରକୁ ଆସିଥିଲା । କିନ୍ତୁ ସ୍ୱାଭାବ ଛାଡ଼ିନଥିଲା ପାପା । ବେଲେ ରେ ଆସି ପୁଣି ପୁରୁଣା ଡ଼କାୟତ ବନ୍ଧୁମାନଙ୍କ ସହ ମେଳି କରି ଲୁଟପାଟ୍ ଚଲାଉଥିବା ଅଭିଯୋଗ ଆସିଥିଲା । ଅଭିଯୁକ୍ତ ପୋଲିସ ଗିରଫ କରିବା ପାଇଁ ପାପାକୁ ସାରା ଅଂଚଳରେ ଜାଲ ବସାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତି ରଖିଥିବା ପୋଲିସ ଜାଲରେ ଆଜି ପାପା ପଡ଼ିଛି

Share this…
Share on Facebook

Facebook