ସ୍ତ୍ରୀକୁ ପୋଡି ମାରିଦେଲା ସ୍ୱାମୀ

ସୋର ; ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ୱାମୀ l ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି l ଘଟଣାକୁ ନେଇ ମୃତ ମହିଳାଙ୍କ ମଉସା ଅଭିଯୋଗ କରିଛନ୍ତି । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡା ସହିତ 2012 ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କର ହିନ୍ଦୁରୀତି ନୀତି ଅନୁସାରେ ବିବାହ ହୋଇଥିଲା । ବିବାହ କିଛିଦିନ ଠିକଠାକ ଚାଲିଥିଲା ପରେ ଅଧିକ 3ଲକ୍ଷ ଟଙ୍କା ଯୌତୁକ ଦାବିକରି ସୁଜାତାକୁ ସ୍ୱାମୀ ତରୋଜ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ । ଗତକାଲି ସୁଜାତା ପୋଡି ହୋଇ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ସୁଜାତାର ମୃତ୍ୟୁ ପରେ ତlର ମଉଶା ଅକ୍ଷୟ ପତି ସ୍ୱାମୀ ତରୋଜ କିରୋସିନ ଢାଳି ମାରିଦେଇଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି ।ସୋର ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ।

Share this…
Share on Facebook

Facebook