ସେନାରେ ୪ ବର୍ଷିଆ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିବା ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଙ୍ଘ,ଭଦ୍ରକ ପକ୍ଷରୁ ମତୋ ଡିଗ୍ରୀ କଲେଜ ପଡିଆ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
୨୦୧୯ ପରଠାରୁ ସେନାରେ ନିଯୁକ୍ତି ବନ୍ଦ ଥିଲାବେଳେ କରୋନା ପରଠାରୁ ଖାଲିଥିବା ପଦ ପୁରଣ ନିମନ୍ତେ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇନାହିଁ। ସେନା ବାହିନୀରେ ଲକ୍ଷାଧିକ ପଦ ଖାଲି ଥିଲେ ମଧ୍ୟ ସେହି ପଦ ପୂରଣ ନିମନ୍ତେ ଠିକାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରତିରକ୍ଷା ବ୍ୟବସ୍ଥା କୁ ଦୁର୍ବଳ କରିବା ପାଇଁ ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି। ଦେଶରେ ରାଷ୍ଟ୍ରୀୟ ସମ୍ଭଳକୁ ପୁଞ୍ଜିପତି ମାନଙ୍କ ହାତକୁ କେନ୍ଦ୍ର ସରକାର ଟେକି ଦେଇଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ହୀନ ଚକ୍ରାନ୍ତ କରିଛନ୍ତି। ଏହାକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ଅଖିଳ ଭାରତ ଛାତ୍ର ସଙ୍ଘ ଏବଂ ଆଶାୟୀ ଯବାନ ଦର୍ଶାଇଛନ୍ତି। ଅଖିଳ ଭାରତ ଛାତ୍ର ସଙ୍ଘ ଭଦ୍ରକ ର ସାଥି ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।