କୋଣାର୍କ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଣାର୍କଠାରେ ତାଙ୍କ ଗାଡ଼ି ଉପରେ ଏକ ବଡ଼ ଲୁହାର ତୋରଣ ଖସି ପଡ଼ିଥିଲା। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ . ସୌଭାଗ୍ୟ ବଶତଃ ସେହି ସମୟରେ ମନ୍ତ୍ରୀ ଗାଡ଼ିରେ ନ ଥିଲେ। ତେବେ ଗାଡ଼ିର ଉପରି ଭାଗ ଚେପା ହୋଇଯାଇଥିଲା।।
ଯୋଗ ଦିବସ ପାଳନ କରି କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଆଇଓସିଏଲ୍ର ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ପାର୍କିଂରେ ଥିଲା। ମନ୍ତ୍ରୀ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଗାଡ଼ି ପାଖକୁ ଆସିଲା ବେଳେ ତାଙ୍କ ଗାଡ଼ି ଉପରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଲଗାଯାଇଥିବା ତୋରଣଟି ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ି ଡ୍ରାଇଭରର ମଧ୍ୟ କିଛି ହୋଇନାହିଁ। ହେଲେ ତାଙ୍କ ଗାଡ଼ିର ଉପରି ଭାଗ ଚେପା ହୋଇଯାଇଛି।