ଖବର ଆଜିର….ତାରିଖ ୨୧-୦୬-୨୦୨୨/ମଙ୍ଗଳବାର

୧-ମେସିନ ଖାଉଛି ଶ୍ରମିକଙ୍କ ଟଙ୍କା : ବଡଧରଣରେ ଜେସିବି ଖୋଳୁଛି ମନରେଗା ପୋଖରୀ,ବିଡିଓ ଚୁପ

୨-ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିବାରେ ଲାଗିଛନ୍ତି ତାଙ୍କ ପରିବାର ଲୋକ । ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ତଥା ପ୍ରେମିକ ତାଙ୍କର ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ରଶ୍ମିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ଘରଲୋକେ କହୁଛନ୍ତି

୩–ବଅଦାଲତରେ ହାଜର ହେଲେ ଶାହାବାଜ ଶରିଫ; ଗରିବଙ୍କ ଘରେ ନିଜ ପାର୍ଟିର ଲୋଗୋ ଲଗାଇଥିବା ଅଭିଯୋଗ

୪-ରାମ ମନ୍ଦିର ନିର୍ମାଣ ପାଇଁ ଦାନରେ ମିଳିଛି ୫୪୦୦ କୋଟି, ବାଉନ୍ସ ହୋଇଛି ୧୫୦୦୦ ଚେକ୍

୫-ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି: ଅର୍ଥ ହେରେଫେର ମାମଲାରେ ଇଡି କରିବ ଜେରା ।

୬-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୩ ପର୍ଯ୍ୟନ୍ତ ବର୍ଷା। ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ।
୭-‘ଅଗ୍ନିପଥ’କୁ ବିରୋଧ ମଧ୍ୟରେ ତିନିବାହିନୀ ମୁଖ୍ୟଙ୍କୁ ଭେଟିବେ ମୋଦୀ ।

୮-ନିଷ୍ପତ୍ତି ଏବଂ ସୁଧାର ଆରମ୍ଭରୁ ପସନ୍ଦ ଲାଗେନି, ପରେ ଏହାର ଫାଇଦା ମିଳେ: ଅଗ୍ନିପଥ ବିବାଦରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ।

୯-କବରରୁ କଢ଼ାଯିବ ପାକିସ୍ତାନ ଆଙ୍କର ଆମିର ଲିୟାକତଙ୍କ ଶବ, କୋର୍ଟ ଦେଲେ ଆଦେଶ ।।

୧୦-ପୁଣି ହାଇକୋର୍ଟ ଗଲେ ବର୍ଷା, ଅନୁଭବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ।

୧୧-ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ।

୧୨-ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ: ଇଟାଲୀରେ ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ସାକ୍ଷାତ କଲେ ନବୀନ

୧୩-ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ; ମନି ଲଣ୍ଡରିଙ୍ଗ ମାମଲାରେ ଜୁନ୍‌ ୨୩ ରେ ଇଡିରେ ହୋଇପାରେ ପଚରାଉଚୁରା

୧୪-ଗୁସ୍ତାବୋ ପେଟ୍ରୋ କଲମ୍ୱିଆର ନୂଆ ରାଷ୍ଟ୍ରପତି ନିର୍ବାଚିତ, ଏହି ସଫଳତା ପାଇବାରେ ପ୍ରଥମ ବାମପନ୍ଥୀ ନେତା ।

୧୫-ରାଷ୍ଟ୍ରପତି ନିର୍ବାଚନ:ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ ଗାନ୍ଧୀ

୧୬-ଏକକ ପିଜି ପ୍ରବେଶିକା ପରୀକ୍ଷା ବିଜ୍ଞପ୍ତି ଜାରି; ୨୭ରୁ ଆବେଦନ ।

୧୭-ଜୁଲାଇରୁ ବଦଳିବ ଏସିର ଏନର୍ଜି ରେଟିଂ: ଦାମ୍‌ରେ ୭-୧୦% ବୃଦ୍ଧି ହେବ ।

୧୮-ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ସ୍ଥିର ହୋଇଛି।

୧୯-ମାହାଙ୍ଗା ଡବଲ ମର୍ଡର ଘଟଣା: ଷ୍ଟାଟସ ରିପୋର୍ଟ ଦାଖଲ କଲା ପୁଲିସ ।

୨୦-ଆଠଗଡ଼ ବନଖଣ୍ଡରେ ହାତୀ ମୃତ୍ୟୁ ଘଟଣା: ଓୟୁଏଟିରେ ହେବ ଗଳିତ ଶବର କେମିକାଲ ଟେଷ୍ଟ।

୨୧-ନିର୍ମାଣାଧୀନ ତିନିରଥରେ ସୋମବାର ତାଗବାଡ଼ିଆ ଶେଷ ହୋଇଛି ।

୨୨-ଅଗ୍ନିପଥ ଯୋଜନାକୁ ଟାଟା ସନ୍ସ ଚେୟାରମ୍ୟାନ୍‌ଙ୍କ ସମର୍ଥନ; କହିଲେ, ଇଣ୍ଡଷ୍ଟ୍ରିକୁ ମିଳିବେ ଶୃଙ୍ଖଳିତ ଓ ପ୍ରଶିକ୍ଷିତ କର୍ମଚାରୀ ।

୨୩-ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ନାଟୋ ମୁଖ୍ୟଙ୍କ ବଡ ବୟାନ। ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ଆକଳନ କଲେ ଜେନ ଷ୍ଟୋଲେନବର୍ଗ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook