ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଗତ ପ୍ରାୟ ଦେଢ ମାସ ହେବ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ମାତ୍ର ଗତକାଲି ରଶ୍ମିରେଖାଙ୍କ ଘର ଭିତର ପଟୁ ବନ୍ଦ ଥିବା ବେଳେ ଭିତରେ ତାଙ୍କ ଶରୀର ଝୁଲୁଥିବା ଦେଖିଥିଲେ ଘର ମାଲିକ। ଏହାଦେଖି ସେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ କବାଟ ଖୋଲି ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘର ଭିତରୁ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର ହୋଇଛି। ଉକ୍ତ ସୁଇସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ପୁଲିସ୍ ସୂଚନା ଦେଇଛି ।
ରଶ୍ମିରେଖା ଦେଢ଼ମାସ ହେବ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଗଡ଼ ସାହିସ୍ଥିତ ଭଡ଼ା ଘରେ ରହୁଥିଲେ ମଧ୍ୟ କିଛି ଦିନ ହେବ ପୁରୁଷ ବନ୍ଧୁ ଜଣଙ୍କ ବାହାରେ ରହୁଥିବା ଜଣାଯାଇଛି। ପୁଲିସ୍ ସବୁ ଦିଗକୁ ଅନୁଧ୍ୟାନ କରିବା ସହ ବାହାରେ ଥିବା ରଶ୍ମିରେଖାଙ୍କ ପୁରୁଷ ବନ୍ଧୁକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି । ତେବେ ଏନେଇ ରଶ୍ମିରେଖାଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିନାହିଁ।
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିରେ ରହୁଥିବା ଭଡ଼ା ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ କରିଛି ।
ସୁଇସାଇଡ୍ ନୋଟ୍ରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି । ମାତ୍ର ତାଙ୍କ ବାବା କି ପରିବାର ଲୋକେ ଯଦି କାହାରିକୁ ଦାୟୀ କରନ୍ତି, ତେବେ ସେ କାହାରିକୁ ବି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ଲେଖିଛନ୍ତି ।
#Ollywood #TeleActress #Odisha #BREAKINGNEWS