୧-ବର୍ଷା ଯୋଗୁଁ ରଦ୍ଦ ହେଲା ବାଙ୍ଗାଲୋର ଟି-୨୦ ମ୍ୟାଚ୍, ସିରିଜ୍ ୨-୨ ରେ ବରାବର ।
୨-ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ: ଚେସ୍ ଅଲିମ୍ପିୟାର୍ଡ ମଶାଲ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କହିଲେ-ଦେଶ ପାଇଁ ଗର୍ବର ବିଷୟ
୩-ବରମୁଣ୍ଡା ବସଷ୍ଟାଣ୍ଡ୍ ରକ୍ତରଂଜିତ: ଯାତ୍ରୀ ଉଠାଇବାକୁ ନେଇ ଖଣ୍ଡା ଚୋଟ, ୨ ଗୁରୁତର ।
୪-ଭାବି ନଥିଲି କିଛି ମାସ ଭିତରେ ଛଅ ଅଧିନାୟକଙ୍କ ସହ କାମ କରିବାକୁ ପଡିବ, ରାହୁଲ ଦ୍ରାବିଡଙ୍କ ବଡ ବୟାନ ।
୫-ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା : ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୟୁପି ପୋଲିସରେ ମିଳିବ ପ୍ରାଥମିକତା।
୬-ରାଞ୍ଚି ବିମାନବନ୍ଦରରେ ଓୱେସିଙ୍କୁ କରାଗଲା ସ୍ୱାଗତ । ଭିଡ ଭିତରେ ପଡିଲା, ପାକିସ୍ତାନ ଜିନ୍ଦାବାଦ ନାରା
୭-ବେଶ୍ୟାଳୟରେ ଚଢଉ ସମୟରେ ଯୌନ କର୍ମୀଙ୍କୁ ଗିରଫ କରାଯାଇପାରିବ ନାହିଁ କି ସେମାନଙ୍କ ଉପରେ ଜୋରିମାନା ଦଣ୍ଡ କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।
୮-ପୋଖରୀ ହୁଡାରେ ହାତୀ ଚିକିତ୍ସା । ୩ ଦିନ ହେଲା ସମ୍ବଲପୁରରେ ପୋଖରୀରୁ ବାହାରି ପାରୁନଥିଲା ଅସୁସ୍ଥ ହାତୀ, ଖାଉନଥିବାରୁ ୧୫ ଦିନ ଯାଏଁ ଦିଆଯିବ ସାଲାଇନ୍ ।
୯-ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବେ ନବୀନ । ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁଙ୍କ ସହ ସାକ୍ଷାତକୁ ନେଇ ବଢୁଛି ଉତ୍କଣ୍ଠା ।
୧୦-ବନ୍ଦ ହେବନି ଅଗ୍ନିପଥ, ଆଶାୟୀଙ୍କୁ ସେନାର ଚେତାବନୀ । ପ୍ରତିବାଦ ନାଁରେ ଭଙ୍ଗାରୁଜା କରୁଥିଲେ ମିଳିବନି ସେନାରେ ଚାକିରି । ଦରକାର ପଡିବ ପୋଲିସ ପ୍ରମାଣପତ୍ର ।
୧୧-ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ୍ ବର୍ଷା, ୨୩ ଜିଲ୍ଲାରେ ମୌସୁମୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କଲା ବିଭାଗ ।
୧୨-ଉତ୍ତରପ୍ରଦେଶ ପାଇଁ ରାହୁ-କେତୁ ହେଉଛନ୍ତି ସପା ଓ ବସପା: ଯୋଗୀ ଆଦିତ୍ୟନାଥ ।
୧୩-ଜଳେଶ୍ୱର ବିଡିଓଙ୍କ ୫ କୋଟିରୁ ଅଧିକ ସମ୍ପତ୍ତି ଜବତ, ପତ୍ନୀଙ୍କୁ ଜେରା କରିବ ଭିଜିଲାନ୍ସ ।
୧୪-ସିଦ୍ଧୁ ମୁସେୱାଲା ହତ୍ୟା କାଣ୍ଡରେ ପୋଲିସକୁ ବଡ଼ ସଫଳତା; ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ୩ ସଦସ୍ୟ ଗିରଫ ।
୧୫-ରାଷ୍ଟ୍ରପତି ନିର୍ବାଚନ: ଜୁନ ୨୧ରେ ଶରଦ ପାଓ୍ଵାରଙ୍କ ନେତୃତ୍ଵରେ ବିରୋଧୀଙ୍କ ବୈଠକ, ଯୋଗ ଦେବେନି ମମତା ।
୧୬-ମିଥ୍ୟା ଖବର ପ୍ରସାରକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ୩୫ ହ୍ବାଟସଆପ ଗ୍ରୁପ ବ୍ୟାନ୍, ୧୦ ଗିରଫ
୧୭-ଶେଷ ହେଲା ପ୍ରଥମ ନାଜାଲ ଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ଖୁବଶୀଘ୍ର ଲଞ୍ଚ କରିପାରେ ଭାରତ ବାୟୋଟେକ୍ ।
୧୮-ରାଜ୍ୟର ୬୦୦ ଡିଗ୍ରି କଲେଜରେ ନାହାନ୍ତି ଅଧ୍ୟକ୍ଷ, କାମଚଳା ଅଧ୍ୟକ୍ଷରେ ଚାଲିଛି କଲେଜ।
୧୯-ଅଷ୍ଟ୍ରେଲିଆର ଜଣେ ଆଥଲେଟ୍ ଏକ ଘଣ୍ଟାରେ ୩,୧୮୨ ପୁସଅପ୍ସ ମାରି ବିଶ୍ୱ ରେକର୍ଡ କରିଛନ୍ତି । ଆଉ ପାଇଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଡ୍ୟାନିଏଲ ସ୍କାଲି ନାମକ ଏହି ଅଷ୍ଟ୍ରେଲିଆନ ଆଥଲେଟ୍ କରିଛନ୍ତି ରେକର୍ଡ କରିଛନ୍ତି ।
ଶୁଭ ସକାଳ,ସୁପ୍ରଭାତ