ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗାରେ ଚାଂଚଲ୍ୟ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଶ୍ୱଶୁରକୁ କାଠ ଫାଳିଆରେ ପିଟି ମାରିଦେଲା ବୋହୂ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀମାଞ୍ଚଳ ନାୟକ। ସୁଲତା ସୀମାଞ୍ଚଳଙ୍କର ବଡ଼ ପୁଅର ସ୍ତ୍ରୀ ଅଟନ୍ତି। ସୀମାଞ୍ଚଳଙ୍କର ଦୁଇ ପୁଅ ଓ ଗୋଟି ଝିଅ ଥିବା ବେଳେ ସମସ୍ତେ ବାହାରେ ରାଜ୍ୟରେ କାମ କରୁଛନ୍ତି। ସୀମାଞ୍ଚଳଙ୍କର ସାନ ପୁଅ ବିବାହ କରି ନାହାନ୍ତି। ସୀମାଞ୍ଚଳ ତାଙ୍କ ବୋହୂ ସୁଲତା ଓ ନାତୁଣୀ ସହ ଗାଁରେ ରହୁଥିବା ବେଳେ ଶଶୁର ବହୂଙ୍କ ମଧ୍ୟରେ ବହୁ ସମୟ ଝଗଡା ଲାଗି ରହୁଥିଲା ।
ଗତକାଲି ରାତିରେ ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ସୁଲତା ଏକ କାଠ ଫାଳିଆରେ ସୀମାଞ୍ଚଳଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ବୋହୂ ସୁଲତା ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।