ଖବର ଆଜିର…..

୧-କୋଷ୍ଟଗାର୍ଡ ଓ ପ୍ରତିରକ୍ଷା ଉଦ୍ୟୋଗରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ରହିବ : ରାଜନାଥ

୨-ଅଗ୍ନିପଥ ଯୋଜନା: ବାୟୁସେନା ମୁଖ୍ୟଙ୍କ ଚେତାବନୀ, ବିକ୍ଷୋଭରେ ସାମିଲ୍ ଥିବା ଯୁବକଙ୍କୁ ମିଳିବନି ପୁଲିସ କ୍ଲିୟରାନ୍ସ

୩-ରଥଯାତ୍ରା ପ୍ରସ୍ତୁତିର ସ୍ଵତନ୍ତ୍ର ସମୀକ୍ଷା: ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।

୪-ଅଗ୍ନିପଥ ଅଗ୍ନି’: ଉଗ୍ର ପ୍ରଦର୍ଶନରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

୫-ବନ୍ଧା ହେଲେ ଜଳେଶ୍ଵର ବିଡିଓ: କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ।

୬-କୃଷି ଆଇନ ଭଳି ପ୍ରଧାନମନ୍ତ୍ରୀଙ୍କୁ ‘ମାଫିବୀର’ ହୋଇ ପ୍ରତ୍ୟାହାର କରିବାକୁ ହେବ ‘ଅଗ୍ନିପଥ’ ସ୍କିମ”: ରାହୁଲ ଗାନ୍ଧି

୭-ରଣଜୀ ଟ୍ରଫି: ୮୮ ବର୍ଷର ଇତିହାସରେ ଦ୍ୱିତୀୟ ଥର ଫାଇନାଲରେ ମଧ୍ୟପ୍ରଦେଶ । ବେଙ୍ଗଲ ୧୭୪ ରନରେ ପରାସ୍ତ ।

୮-ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରେମିକା । ଗତକାଲି ବିବାହର ପ୍ରତିଶ୍ରୁତି ଦେଇ ସବରେଜିଷ୍ଟର ଅଫିସକୁ ଆସିନଥିଲେ ବିଧାୟକ।

୯-ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜୈନଙ୍କୁ ଝଟକା, ଜାମିନ ଆବେଦନକୁ ଖାରଜ କଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ ।

୧୦-ଫ୍ରାନ୍ସରେ କାମ କରିବ ୟୁପିଆଇ ଓ ରୁପେ କାର୍ଡ, ସହଜରେ ପେମେଣ୍ଟ୍ କରିପାରିବେ ଭାରତୀୟ ପର୍ଯ୍ୟଟକ ।

୧୧-ଆସାମ ଓ ମେଘାଳୟ ବନ୍ୟାରେ ୩୧ ମୃତ; ୬୦ ବର୍ଷ ପରେ ଅଗରତାଲାରେ ସର୍ବାଧିକ ବୃଷ୍ଟିପାତ

୧୨-ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : କୋଭିଡ୍‌ ନିୟମ ପାଳନ କରିବା ସହ ଜ୍ବର-ଥଣ୍ଡା ଥିଲେ ନଆସିବାକୁ ପରାମର୍ଶ ।

୧୩-ସପ୍ତାହରେ କ୍ରିପ୍ଟୋ ନିବେଶକଙ୍କ ବୁଡିଲା ୨୨ ଲକ୍ଷ କୋଟି, ୨୦୦୦୦ ଡଲାର ତଳକୁ ଖସିଲା Bitcoin।

୧୪-ୟୁକ୍ରେନ ୟୁରୋପୀୟ ସଂଘର ସଦସ୍ୟ ହେଲେ ଆମର କୌଣସି ଆପତ୍ତି ନାହିଁ : ପୁଟିନ ।

୧୫- ୭୩୧ ସମବାୟ ସମିତିରେ ନିର୍ବାଚନ, ୨୪୪ ବୁଥ୍‌ ସମ୍ବେଦନଶୀଳ ।

୧୬-ତିନିଦିନିଆ ‘ଜାତୀୟ ଯୋଗ ଅଲିମ୍ପିଆଡ’ ସମାରୋହକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

୧୭-ବିସ୍ଫୋରଣରେ ପୁଣି ଥରିଲା ଆଫଗାନିସ୍ତାନ ।ଆତଙ୍କୀ ସଂଗଠନ ଆଇଏସଆଇଏସର ଟାର୍ଗେଟରେ କାବୁଲର ଗୁରୁଦ୍ୱାରା ।

୧୮-IPLରେ ବଢିବ ମ୍ୟାଚ୍ ସଂଖ୍ୟା, ଆଇସିସି ସହିତ ଯୋଗାଯୋଗରେ ବିସିସିଆଇ ।

୧୯- ଅଗ୍ନିପଥ’ ପ୍ରତିରକ୍ଷା ନିଯୁକ୍ତି ଯୋଜନାକୁ ବିରୋଧ କରି ବ୍ୟାପକ ହିଂସାତ୍ମକ ବିକ୍ଷୋଭ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କହିଛନ୍ତି ଯେ ତାଙ୍କ ଗୃହ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ)ମାନେ ସଶସ୍ତ୍ର ବାହିନୀରେ ଚାରି ବର୍ଷର ସେବା ପରେ ‘ଅଗ୍ନିବୀର’ମାନଙ୍କୁ ନିଯୁକ୍ତି ଦେବେ।

୨୦-ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କ କାର କମ୍ପାନି ଟେସଲାକୁ ଭାରତକୁ ସ୍ବାଗତ । କିନ୍ତୁ କମ୍ପାନିକୁ ଭାରତର ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସାଧାରଣ ଉଦ୍ୟୋଗ ଓ ଭାରି ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ।

୨୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ଜୁନ ୨୦ ତାରିଖରେ ଏକାଧିକ ଅଧିକାରୀଙ୍କୁ ସାଙ୍ଗରେ ଧରି ରୋମ ଏବଂ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୨- ଯୋଗ ଦିବସ ପାଇଁ ଦେଶର ୭୫ ଐତିହ୍ୟ ସ୍ଥାନ ଚିହ୍ନଟ, ଓଡ଼ିଶାର ୩ ।ଶ୍ରୀମନ୍ଦିର, କୋଣାର୍କ ଓ ତାମ୍ପଡ଼ା ହ୍ରଦରେ ପାଳନ ହେବ ଯୋଗ ।୩ସ୍ଥାନରେ ଉପସ୍ଥିତ ରହିବେ ୩ କେନ୍ଦ୍ର ମନ୍ତ୍ରୀ

୨୩-ନୀରଜ ଚୋପ୍ରାଙ୍କ ଆଉ ଏକ କମାଲ, ଫିନଲାଣ୍ଡରେ ଜିତିଲେ ସ୍ୱର୍ଣ୍ଣ ପଦକ, ବିଶ୍ୱ ଚାମ୍ପିଅନଙ୍କୁ ପଛରେ ପକାଇଲେ ।

୨୪-ପୁରୀ ରଥଯାତ୍ରା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ ମିଳିଲା ଦାୟିତ୍ୱ, ରାଜ୍ୟ ସରକାର ଜାରି କଲେ ସମ୍ପୂର୍ଣ୍ଣ ତାଲିକା

୨୫-ଅଗ୍ନିପଥକୁ ନେଇ ବିଜେପି-ଜେଡିୟୁ ମୁହାଁମୁହିଁ । ହିଂସାକାଣ୍ଡକୁ ନେଇ ବିଜେପି କଲା ଟାର୍ଗେଟ, ଜେଡିୟୁ କହିଲା ଅଗ୍ନିପଥ ବାବଦରେ ସନ୍ଦେହ ଦୂର କରୁ କେନ୍ଦ୍ର ସରକାର ।

ଶୁଭ ସକାଳ,ସୁପ୍ରଭାତ

Share this…
Share on Facebook

Facebook