କୁବେର ବିଡ଼ିଓଙ୍କ କେଳେଙ୍କାରୀ । ଜଲେଶ୍ୱର ବିଡ଼ିଓ ଅଶ୍ୱିନୀ ଦାସଙ୍କୁ ଭିଜିଲାନ୍ସ ଘାଟିବା ପରେ କୁବେର ପେଡ଼ି ଖୋଲି ଯାଇଛି । ବାଲେଶ୍ୱରରୁ ଜଳେଶ୍ୱର କେନ୍ଦ୍ରାପଡ଼ାରୁ କଟକ ସବୁଠି ମିଳୁଛି କୁବେର ପେଡ଼ି । ବାବୁଙ୍କ ଏବେ ଶୁଦ୍ଧା ୨୪ଟି ପ୍ଲଟ୍ ,ଦୁଇଟି ବଡ଼ ଅଟାଳିକା ,ଇଟାଫାକ୍ଟ୍ରି ସହ ନଗଦ ଲକ୍ଷାଧିକ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଭିଜିଲାନ୍ସ ଜାରି କରିଥିବା ପ୍ରେସରିଲିଜ ଅନୁସାରେରାଜ୍ୟରେ ୨୪ ପ୍ଲଟ୍ ରହିଥିବା ବେଳେ କଟକ ୪୨ ମୌଜା କାଳପଡ଼ାରେ ୩ମହଲା କୋଠା ରହିଛି ଯାହାର ଅନୁମାନିକ ମୂଲ୍ୟ ୧କୋଟି ୨୨ଲକ୍ଷ ହେବା ନେଇ ଭିଜିଲାନ୍ସ ଅନୁମାନ କରୁଛି । ଏହାସହ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିଆରେ ୨ମହଲା କୋଠା ଭିଜିଲାନ୍ସ ଚିହ୍ନଟ କରିଛି । ଯାହାର ଅନୁମାନିକ ମୂଲ୍ୟ ୧କୋଟି ୧୦ଲକ୍ଷ ହେବ । ଏହା ସହ ବାବୁଙ୍କର କଟକରେ ଇଟା ଫ୍ୟାକ୍ଟ୍ରି ରହିଥିବା ଭିଜିଲାନ୍ସ ଦର୍ଶାଇଛି । ଏହାସହ
ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି। ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଆଜି ଭୋରୁ ଭୋରୁ କଟକ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍ ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ଉ କରିଥିଲା। ଭିଜିଲାନ୍ସ ଡିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଏହି ଚଢ଼ଉ ଚାଲିଛି। ଏକା ସାଙ୍ଗରେ କଟକର ଝିଙ୍କିରିଆ ସ୍ଥିତ ତାଙ୍କ ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଓ ଅନ୍ୟ ଦୁଇଟି ଜାଗାରେ ମଧ୍ୟ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।
ତେବେ ଭିଜିଲାନ୍ସ ପ୍ରଥମ ପର୍ଯ୍ୟାୟରେ କୋଟି କୋଟି ଟଙ୍କାର ଅଟାଳିକାର ସମ୍ପତି ରେଡ଼ କରିଥିବା ବେଳେ ଆଗାମୀ ଦିନରେ ତଦନ୍ତ ରେଡ଼ ଜାରି ରହିବା ନେଇ ଭିଜିଲାନ୍ସ ଅଧିକାରୀ ସ୍ପଷ୍ଟ କରିଛନ୍ତି ।