ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରେ ଆଜି ଭି ପାରମ୍ପରିକ ଜିନିଷ ପାତ୍ର ବ୍ୟବହାର କରିବା ସହ ପାରମ୍ପରିକ ରୀତିନୀତି କୁ ମାନିଆସୁଛନ୍ତି କ୍ଷ ମାଲକାନଗିରି ଜିଲ୍ଲାରେ ଅନେକ ଆଦିବାସୀ ଗ୍ରାମଗୁଡ଼ିକ ଅଛି ଯାହା ପାହାଡ଼,ଜଙ୍ଗଲରେ ଘେରି ରହିଛି କ୍ଷ ଏମାନେ ପ୍ରାକୃତିକ ସୌଦଯ୍ୟକୁ ଉପଭୋଗ କରିବା ସହ ଗ୍ରାମବାସୀ ଜଙ୍ଗଲରେ ଫଳୁଥିବା ଫୁଲ ଫଳର ସଦୁପଯୋଗ କରିଆସୁଛନ୍ତି କେତେବେଳେ ଗଛର ଫଳ ଫୁଲକୁ ଔଷଧ ପାଇଁ ବ୍ୟବହାର କରୁଥିବା ବେଳେ କେତେବେଳେ ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରୁଛନ୍ତି କ୍ଷ ଏ ହେଉଛି ମହୁଲି ଗଛ ଜଙ୍ଗଳର ପ୍ରତ୍ୟକ ଜାଗା ଓ ଜମି ମଧ୍ୟରେ ଦେଖିବାକୁ ମିଳେ କ୍ଷ ଏହି ମହୁଲି ଗଛର ଫୁଲକୁ ମହୁଲି ରସ ତିଆରି କରିବାରେ ବ୍ୟବହାର କରାଯିବା ବେଳେ ଏହାର ଫଳ ଯାହାର ଅନ୍ୟ ନାମ ଟୋଲା ଯାହାକୁ ଖାଇବା ତେଲ ତିଆରି କରିବାରେ ବ୍ୟବହାର କରାଯାଏ କ୍ଷ
ଭଚ୍ଚଗ୍ଧର-୧
ଆଜିର ବଜାରରେ ସରିଷ ତେଲ, ରିଫାଇନ ତେଲ ଦର ଆକାଶ ଛୁଆ ହୋଇଥିବା ବେଳେ ସାଧାରଣ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା କିଣିବା ସମ୍ଭବ ହୋଇ ନଥାଏ କ୍ଷ ତେବେ ଆଜିବି ଅନେକ ଆଦିବାସୀ ଗ୍ରାମର ଲୋକେ ଟୋଲା ତେଲକୁ ଖାଇବା ପାଇଁ ବ୍ୟବହାର କରନ୍ତି କ୍ଷ ସଖାଳ ହେଲେ ପରିବାର ଲୋକେ ଟୋଲା ଫଳ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାନ୍ତି ଗଛ ତଳେ ପଡ଼ିଥିବା ଫଳ ସହ ଗଛ ଫଳ ତଳି ଘରକୁ ଆଣନ୍ତି କ୍ଷ ଘରେ ଏହି ଟୋଲା ଫଳରୁ ମଞ୍ଜି ବାହାର କରନ୍ତି ପରେ ମଞ୍ଜିକୁ ବଡ଼ ପଥର ସାହାଯ୍ୟରେ ଭାଙ୍ଗି ଚୋପା ଛୋଡ଼ାଇ ଏହାକୁ ଖରାରେ ସୁଖା ଯାଏ କ୍ଷ ଖରାରେ ଭଲ ଭାବରେ ଶୁଖିଲା ପରେ ଏହାକୁ ମେସିନ ସାହାଯ୍ୟରେ ତେଲ ବାହାର କରାଯାଏ କ୍ଷ ଏକ କେଜି ଟୋଲା ଫଳରୁ ପ୍ରାୟ ଅଧା କେଜି ତେଲ ବାହାରି ଥାଏ ଯାହାକୁ ଏମାନେ ନିତିଦିନ ଖାଦ୍ୟରେ ବ୍ୟବହାର କରନ୍ତି କ୍ଷ କିଛି ଲୋକ ଏହି ଫଳ ଓ ତେଲକୁ ବଜାରରେ ମଧ୍ୟ ବିକ୍ରି କରନ୍ତି କ୍ଷ ଆଜିର ମହଙ୍ଗା ଦିନରେ କିପରି ଚଳାଯାଏ ଏମାନଙ୍କ ଠାରୁ ଶିଖିବା କଥା ସତରେ ଜଙ୍ଗଲର ପ୍ରକୃତ ବନ୍ଧୁ କହିଲେ ଏହି ଆଦିବାସୀ ସାମ୍ପ୍ରଦାୟର ଲୋକେ ଯେଉଁମାନେ ଜଙ୍ଗଲର ମହତ୍ୱ ବୁଝିଥାନ୍ତି କ୍ଷ
ଭଚ୍ଚଗ୍ଧର-୨
(ଫାଭିଓ) ଯଦି ରାଜ୍ୟ ସରକାର ଟୋଲା ତେଲକୁ ପ୍ରସ୍ତୁତି ପାଇଁ ପ୍ରେତ୍ସାହନ ଦିଅନ୍ତେ ତେତେ ରାଜ୍ୟର ହଜାର ହଜାର ଆଦିବାସୀ ଅର୍ଥକ ଅଭିବୃଦ୍ଧି ଘଟି ପାରନ୍ତା । ଖାଇବା ତେଲର ମହଙ୍ଗା ମାଡ଼ରୁ ମୁକ୍ତି ପାଇ ପାରନ୍ତା । ମାଲକାନଗିରିରୁ ଶିବ ପ୍ରସାଦ ଦାସଙ୍କ ରିପୋର୍ଟ ।