ବାଲେଶ୍ୱର; ଚାନ୍ଦିପୁର ମର୍ଡ଼ର ମାମଲାରେ ପୁଣି ୫ ଅଭିଯୁକ୍ତ ପୋଲିସ ଜାଲରେ । ପୂର୍ବରୁ ବାଲେଶ୍ୱର ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବିଶେଷ କରି ଚାନ୍ଦିପୁର ତୁଳସୀପଦା ରେ କେରଳ ନାଗରିକ ଙ୍କୁ ଆକ୍ରମଣ କରି ହତ୍ୟା ଏବଂ ଲୁଟ ଘଟଣାକୁ ନେଇ ଦୁଇ ନାବାଳକ ସମେତ ୫ ଅଭିଯୁକ୍ତ ଙ୍କୁ ଧରିଲା ପୋଲିସ । ଗିରଫ ମାନେ ହେଲେ ପୁରୁଣା ବାଲେଶ୍ୱର ଅଂଚଳର ସୁଧି ରଞ୍ଜନ ମାଝୀ ଓ ଅଭିଜିତ ସିଂ । ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ୧୫ ହଜାର ଟଙ୍କା ଲୁଟ କରିଥିଲେ। ଆକ୍ରମଣ ଶିକାର କେରଳ ଯୁବକଙ୍କୁ ବିଭତ୍ସ ଅବସ୍ଥାରେ ଆଣି ଟାଉନ ଥାନା ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଦୁଇ ଦିନପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଆଇଜି ହିମାଂଶୁ ଲାଲ ଓ ଏସପି ସୁଧାଂଶୁ ଶେଖର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୋରରୁ ସରତ ନାୟକଙ୍କ ରିପୋର୍ଟ