ସୋର : ସ୍ତ୍ରୀକୁ ନେବାକୁ ଆସି ସ୍ୱାମିର ତୁମୁଳକାଣ୍ଡ । ସ୍ତ୍ରୀ ଶଶୁର ଘରକୁ ଯିବାପାଇଁ ମନା କରିବାରୁ ସ୍ୱାମୀ ଭୁଜାଲି ବୁଲାଇଲେ ପିଉସୀ ଶାଶୁ ଓ ଗ୍ରାମବାସୀ ଆହତ ।ଜୁଆଇଁ ଓ ତା ସାଙ୍ଗ ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ମାଡ଼ ଖାଇ ବନ୍ଧା ହେଲେ ବାଲେଶ୍ଵର ଜିଲ୍ଲା ସୋର ମୁଲିସିଂ ମଠସlହିର ସୁଦର୍ଶନ ମଲ୍ଲିକଙ୍କର ଝିଆରୀ ପ୍ରତିମା ମଲ୍ଲିକକୁ ବାଲେଶ୍ୱର ସଦର ଥାନା କସବା ଅଞ୍ଚଳରେ ରବିସ କୁମାର ଦାସ ସହିତ ବିଭାଘର ହୋଇଥିଲା । ବିଭାଘର କିଛିଦିନ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ଝଗଡା ଲାଗି ୨୨ଦିନ ପୂର୍ବରୁ ପ୍ରତିମା ପିଉସା ଘର ମଠସାହିରେ ଆସି ରହିଥିଲେ ।

ଆଜି ସ୍ତ୍ରୀ ପ୍ରତିମlକୁ ନେବା ପାଇଁ ସ୍ୱାମୀ ରବିସ ତା ସାଙ୍ଗ ରାଜୁ ଜେନା ସହିତ ମଠସlହିରେ ପହଂଚି ଥିଲା ବେଳେ ସ୍ତ୍ରୀ ସ୍ୱାମୀ ସାଙ୍ଗରେ ଯିବାପାଇଁ ମନା କରିଦେଲା ପ୍ରତିମା । ଫଳରେ ସ୍ୱାମୀ ରବିଶ ଓ ତା ସାଙ୍ଗ ରାଜୁ ଏଥିରେ ଉତକ୍ଷିପ୍ତ ହୋଇ ସାଙ୍ଗରେ ନେଇ ଆସିଥିବା ଏକ ଭୁଜାଲିରେ ଆକ୍ରମଣ କରି ପିଉସୀ ଶାଶୁ କଳ୍ପନା ମଲ୍ଲିକ ଓ ଗ୍ରାମବାସୀ ଅରୁଣ ମଲ୍ଲିକକୁ ଆହତ କରିଥିଲେ । ଏଥିରେ ଗ୍ରାମବାସୀ ମାନେ ରବିସ ଓ ତାଙ୍କ ସାଙ୍ଗ ରାଜୁକୁ ମାଡ ଦେଇ ଦୌଡିରେ ଗଛରେ ବାନ୍ଧି ଦେଇଥିଲେ । ସୋର ପୋଲିସ ପହଁଚି ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛନ୍ତି । mpx news odia

Share this…
Share on Facebook

Facebook